ଓଡିଶା

odisha

ETV Bharat / sitara

ୟୁକେ ବିଜନେସମ୍ୟାନ ସହ ଡ୍ରାମା କୁଇନଙ୍କ ବିବାହ ସମ୍ପନ୍ନ

ଫ୍ୟାନଙ୍କ ସହ ବିବାହ କଲେ ଡ୍ରାମା କୁଇନ ରାକ୍ଷୀ । ଜୁଲାଇ 28ରେ ୟୁକେ ବିଜନେସମ୍ୟାନ ରିତେଶଙ୍କ ସହ ବିବାହ କରିଛନ୍ତି ରାକ୍ଷୀ ।

By

Published : Aug 5, 2019, 11:58 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

ମୁମ୍ବାଇ: ବଲିଉଡର ଆଇଟମ ଗାର୍ଲ ତଥା ଡ୍ରାମା କୁଇନ ରାକ୍ଷୀ ସାୱନ୍ତ କୌଣସି ନା କୌଣସି ଡ୍ରାମାକୁ ନେଇ ଚର୍ଚ୍ଚାରେ ଆସନ୍ତି । ଆଉ ସେ କେତେବେଳେ କଣ କରିବସନ୍ତି ତାହା କାହାରିକୁ ଜଣାନଥାଏ । ନିକଟରେ ସେ ବ୍ରାଇଡଲ ଲୁକରେ ନଜର ଆସିଥିଲେ । ସୋସିଆଲ ମିଡିଆରେ ଘୁରିବୁଲୁଥିବା ତାଙ୍କ ବ୍ରାଇଡଲ ଲୁକ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କ ବିବାହ ଖବର ଜୋର ଧରିଥିଲା । ଯେଉଁ ଖବରକୁ ଖଣ୍ଡନ କରି ରାକ୍ଷୀ ଏହାକୁ ଉଡା ଖବର କହିଥିଲେ । କିନ୍ତୁ ଏବେ ରାକ୍ଷୀ ନିଜ ବିବାହକୁ ନେଇ ଯାହା ଖୁଲାସା କରିଛନ୍ତି ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ।

କାରଣ ସେ ପ୍ରକୃତରେ ବିବାହ କରି ନେଇଛନ୍ତି ବୋଲି ବଡ ଖୁଲାସା କରିଛନ୍ତି । ଆଜ୍ଞା ହଁ, ରାକ୍ଷୀ ଏବେ ଆଉ ସିଙ୍ଗଲ ନାହାଁନ୍ତି ତାଙ୍କୁ ତାଙ୍କର ସାତ ଜନ୍ମର ସାଥୀ ମିଳିଯାଇଛନ୍ତି । ସେ ୟୁକେ ବଜନେସମ୍ୟାନ ରିତେଶଙ୍କୁ ବିବାହ କରିଛନ୍ତି ।

ନିକଟରେ ରାକ୍ଷୀ କହିଥିଲେ କି ସେ ନିଜ ଫ୍ୟାନ ରିତେଶଙ୍କ ସହ ବିବାହ କରି ସାରିଛନ୍ତି । ଆଉ ତାଙ୍କୁ ଖୁବ୍ ପ୍ରେମ ମଧ୍ୟ କରୁଛନ୍ତି । 36 ବର୍ଷିୟ ୟୁକେ ବଜନେସମ୍ୟାନ ତାଙ୍କର ବଡ ଫ୍ୟାନ । ମତେ ସବୁବେଳେ ହଜାର ହଜାର ମେସେଜ ଫ୍ୟାନ୍ସଙ୍କ ତରଫରୁ ମିଳିଥାଏ ।

ଏକଦା ମୁଁ ବହୁତ ନିରାଶ ଅନୁଭବ କରୁଥିଲେ । ଆଉ ରିତେଶ ମତେ ପ୍ରଶ୍ନ କରିଥିଲେ କି ମ୍ୟାମ ଆପଣଙ୍କର କଣ ହୋଇଛି, ଆପଣ ଏତେ ମନ ଦୁଃଖରେ କାହିଁକି ଅଛନ୍ତି। ରିତେଶଙ୍କ ଏପରି କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ଆଉ ତାଙ୍କୁ ପଚାରିଥିଲି ତୁମକୁ ମୁଁ ବିଷୟରେ କିପରି ଜଣାପଡିଲା । ଯାହାପରେ ସେ ଉତ୍ତର ଦେଇଥିଲେ ଯେ କି ଦୀର୍ଘ ସମୟରୁ ମୋର ଫ୍ୟାନ ରହିଆସୁଛି ତେଣୁ ମୁଁ ବିଷୟରେ ସବୁକିଛି ଜଣା ଅଛି ତାଙ୍କୁ।

ରିତେଶଙ୍କ ଏପରି କଥା ଶୁଣି ମତେ ତାଙ୍କ ପାଇଁ ସ୍ନେହଭରା ଅନୁଭବ ହୋଇଥିଲା। ଆଉ ଭାବିଥିଲି ଏକଦା ରିତେଶଙ୍କୁ ବିବାହ କରିବି ବୋଲି କହିଛନ୍ତି ରାକ୍ଷୀ । ଖାଲି ଏତିକି ନୁହେଁ ରାକ୍ଷୀ ରିତେଶଙ୍କୁ ଦୀର୍ଘ ସମୟରୁ ଡେଟ କରୁଥିବାର ଚର୍ଚ୍ଚା ମଧ୍ୟ ଜୋର ଧରିସାରିଛି।ପ୍ରକାଶ ଥାଉକି ଜୁଲାଇ 28ରେ ରାକ୍ଷୀ ମୁମ୍ବାଇର ଫାଇଭ ଷ୍ଟାର ହୋଟେଲରେ ରିତେଶଙ୍କୁ ବିବାହ କରିଥିଲେ । ଦୁଇଟି ବିଧି-ବିଧାନରେ ରାକ୍ଷୀ ଓ ରିତେଶଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହାସହ ରାକ୍ଷୀ ଆସନ୍ତା ବର୍ଷ ବେବି ଜନ୍ମ କରିବାର ନିଷ୍ପତ୍ତି ମଧ୍ୟ ନେଇ ସାରିଛନ୍ତି।

ABOUT THE AUTHOR

...view details