ଓଡିଶା

odisha

ETV Bharat / sitara

ପତ୍ରଲେଖାଙ୍କୁ ସାତ ଜନ୍ମର ସାଥୀ କଲେ ରାଜକୁମାର

ବିବାହ କଲେ ବଲିଉଡ଼ ଅଭିନେତା ରାଜକୁମାର ରାଓ । ସେ ପତ୍ରଲେଖାଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ଅଧିକ ପଢନ୍ତୁ

ପତ୍ରଲେଖାଙ୍କୁ ସାତ ଜନ୍ମର ସାଥୀ କଲେ ଅଭିନେତା ରାଜକୁମାର
ପତ୍ରଲେଖାଙ୍କୁ ସାତ ଜନ୍ମର ସାଥୀ କଲେ ଅଭିନେତା ରାଜକୁମାର

By

Published : Nov 15, 2021, 8:11 PM IST

ମୁମ୍ବାଇ:ବଲିଉଡ଼ ଅଭିନେତା ରାଜକୁମାର ରାଓ ସୋମବାର ଲଙ୍ଗଟାଇମ ଗର୍ଲଫ୍ରେଣ୍ଡ ପତ୍ରଲେଖାକୁ ବିବାହ କରିଛନ୍ତି । ପରିବାର ଓ କିଛି ଘନିଷ୍ଠ ବନ୍ଧୁଙ୍କ ଗହଣରେ ଉଭୟ ପାରମ୍ପରିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ନବଦମ୍ପତି ନ୍ୟୁ ଚଣ୍ଡିଗଡ଼ର ଦି ଓବରଏ ସୁଖଭିଲାଜ ସ୍ପା ରେଜର୍ଟରେ ଡେଷ୍ଟିନେସନ ୱେଡିଙ୍ଗ କରିଛନ୍ତି ।

ନିଜ ସ୍ପେଶାଲ ଡେ'ର ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରି ରାଜକୁମାର ଲେଖିଛନ୍ତି ଯେ, " ପରିଶେଷରେ ଦୀର୍ଘ ୧୧ ବର୍ଷର ପ୍ରେମ, ରୋମାନ୍ସ ଓ ବନ୍ଧୁତ୍ବ ସହିତ ସେ ତାଙ୍କର ଜୀବନସାଥୀକୁ ବିବାହ କରିଛନ୍ତି । ଆଜି ତାଙ୍କ ଜୀବନରେ ଏହାଠାରୁ ଅଧିକ ଖୁସି କିଛି ନାହିଁ " ବୋଲି ସେ କହିଛନ୍ତି ।

ପତ୍ରଲେଖା ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ନିଜ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ତାଙ୍କ ଜୀବନର ବେଷ୍ଟଫ୍ରେଣ୍ଡ, କ୍ରାଇମ ପାର୍ଟନର, ପରିବାର ତଥା ଜୀବନସାଥୀକୁ ବିବାହ କରିଛନ୍ତି । ରାଜକୁମାରଙ୍କ ପତ୍ନୀ ହେବା ତାଙ୍କ ଜୀବନରେ ସବୁଠୁ ଉତ୍ତମ ଅନୁଭବ ବୋଲି ସେ କହିଛନ୍ତି ।

ରାଜକୁମାରଙ୍କ ବିବାହ ଉତ୍ସବ ଗତ ଅକ୍ଟୋବର ୧୩ ହ୍ବାଇଟ-ଥିମଡ଼ ନିର୍ବନ୍ଧରୁ ଆରମ୍ଭ ହୋଇଥିଲା । ରାଜକୁମାର ଓ ପତ୍ରଲେଖାଙ୍କ ନିର୍ବନ୍ଧର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏଥିରେ ରାଜକୁମାର ଆଣ୍ଠେଇ ପତ୍ରଲେଖାଙ୍କୁ ପ୍ରପୋଜ କରିଥିଲେ । ପତ୍ରଲେଖା ମଧ୍ୟ ଅନୁରୂପ ଭାବରେ ଆଣ୍ଠେଇ ପରସ୍ପରକୁ ମୁଦି ପିନ୍ଧାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details