ହାଇଦ୍ରାବାଦ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଐଶ୍ୱର୍ଯ୍ୟା ସାଉଥ୍ ନିର୍ଦ୍ଦେଶିକା ଏବଂ ଗାୟିକା ଅଟନ୍ତି । ହିନ୍ଦୀ ସିନେମାରେ ନିର୍ଦ୍ଦେଶିକା ଭାବରେ ଐଶ୍ୱର୍ଯ୍ୟା କାମ କରିବାକୁ ଯାଉଛନ୍ତି। ଫିଲ୍ମର ଟାଇଟଲ୍ ମଧ୍ୟ ସ୍ଥିର ହୋଇସାରିଛି । ଐଶ୍ୱର୍ଯ୍ୟା ନିର୍ମାତା ମିନୁ ଆରୋରାଙ୍କ ସହ ତାଙ୍କର ପ୍ରଥମ ବଲିଉଡ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଏକ ପ୍ରେମ କାହାଣୀ ଚଳଚ୍ଚିତ୍ର ହେବ, ଯାହା ପ୍ରକୃତ କାହାଣୀ ଉପରେ ଆଧାରିତ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଐଶ୍ୱର୍ଯ୍ୟା 'ଓ ସାଥି ଚଲ୍' ନାମକ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର କାହାଣୀ ଉପରେ କାମ ଚାଲିଛି । ନିର୍ମାତା ମିନୁ ଏହି ଖବରକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଫିଲ୍ମର ଷ୍ଟାରକାଷ୍ଟ ଏପର୍ଯ୍ୟନ୍ତ ଚୟନ ହୋଇନାହିଁ । ଐଶ୍ୱର୍ଯ୍ୟାଙ୍କ ବିଷୟରେ କହିବାକୁ ଗଲେ, ସେ ନିକଟରେ ତାଙ୍କ ଗୀତ ମୁସାଫିର ସହିତ ଲାଇମଲାଇଟକୁ ଆସିଥିଲେ।
ଐଶ୍ୱର୍ଯ୍ୟା-ଧନୁଷ ଛାଡପତ୍ର
ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା 2004 ମସିହାରେ ଦକ୍ଷିଣ ଅଭିନେତା ଧନୁଷଙ୍କୁ ବିବାହ କରିଥିଲେ ଏବଂ ଏହି ବର୍ଷ ଆରମ୍ଭରେ ଦୁହେଁ ଅଲଗା ହୋଇଥିଲେ । ଉଭୟ ସୋସିଆଲ ମିଡିଆରେ ଏହି ସୂଚନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅଲଗା ହେବାର କାରଣ ପ୍ରକାଶ କରାଯାଇ ନାହିଁ।