ଓଡିଶା

odisha

ETV Bharat / sitara

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ

ସାମ୍ନାକୁ ଆସିଲା ସୁପରଷ୍ଟାର ରଜନୀକାନ୍ତଙ୍କ ସୁସ୍ଥ ଖବର । ଏବେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Dec 27, 2020, 3:52 PM IST

Updated : Dec 27, 2020, 3:59 PM IST

rajinikanth is beingh deischarged from appollo hospitals hyderabad
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ

ହାଇଦ୍ରାବାଦ: ଶୁକ୍ରବାର ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରକ୍ତଚାପ ବଢିଯିବାରୁ ରାତିରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ରହିବାକୁ ପଡିଥିଲା । ରବିବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ଯେ, ରଜନୀକାନ୍ତଙ୍କ ଉପରେ କଡା ନଜର ରଖାଯାଉଛି ଏବଂ ତାଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଔଷଧଗୁଡିକ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି ।

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ

ଶନିବାର ଦିନ ଡାକ୍ତରଙ୍କ କହିବାନୁସାରେ, ଶୁକ୍ରବାର ଅପେକ୍ଷା ଶନିବାର ରଜନୀକାନ୍ତଙ୍କ ସ୍ଥିତିରେ ସୁଧାର ଆସିଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟ ଭଲ ରହିଛି । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଯେଉଁଥିରେ କୌଣସି ଗୁରୁତର ସମସ୍ୟା ସାମ୍ନାକୁ ଆସିନାହିଁ । କିନ୍ତୁ ଏବେ ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି ।

ପ୍ରକାଶ ଥାଉ କି, ନିକଟରେ ରଜନୀ ନିଜର ଅପକମିଂ ତାମିଲ ଫିଲ୍ମ ‘ଅନ୍ନାଥ’ର ସୁଟିଂ ବନ୍ଦ କରିଥିଲେ । କାରଣ ସେଟରୁ 7 ଜଣ କ୍ରୁ ମେମ୍ବର କୋରୋନା ସଂକ୍ରମିତ ବାହାରିବା ପରେ ଫିଲ୍ମର ସୁଟିଂ ଅଧାରେ ବନ୍ଦ କରିଦେଇଥିଲେ ମେକର୍ସ । ଅନ୍ୟପଟେ ରଜନୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା ।

Last Updated : Dec 27, 2020, 3:59 PM IST

ABOUT THE AUTHOR

...view details