ହାଇଦ୍ରାବାଦ: ଭାରତକୁ ବାହୁବଳୀ ପରି ବିଗ ବଜେଟ ଫିଲ୍ମ ଦେବାପରେ ସାଉଥ ଫିଲ୍ମନିର୍ମାତା ଏସ.ଏସ ରାଜାମୌଲୀ ଏବେ ଆଉ ଏକ ଧମାକା କରିବାକୁ ପ୍ରସ୍ତୁତ । ରାଜମୌଲୀ ଏବେ ତେଲୁଗୁ ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆରଙ୍କୁ ନେଇ ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ । ଫିଲ୍ମକୁ ନେଇ ନିକଟରେ ଏକ ସାକ୍ଷାତକାରରେ ରାଜାମୌଲୀ କହିଛନ୍ତି କିଛି କଥା...
ସରପ୍ରାଇଜ ଦେବେ ରାଜାମୌଲୀ
ଭାରତକୁ ବାହୁବଳୀ ପରି ବିଗ ବଜେଟ ଫିଲ୍ମ ଦେବାପରେ ସାଉଥ ଫିଲ୍ମନିର୍ମାତା ଏସ.ଏସ ରାଜାମୌଲୀ ଏବେ ଆଉ ଏକ ଧମାକା କରିବାକୁ ପ୍ରସ୍ତୁତ । ରାଜମୌଲୀ ଏବେ ତେଲୁଗୁ ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆରଙ୍କୁ ନେଇ ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ । ଫିଲ୍ମକୁ ନେଇ ନିକଟରେ ଏକ ସାକ୍ଷାତକାରରେ ରାଜାମୌଲୀ କହିଛନ୍ତି କିଛି କଥା...
ଯଦିଓ ରାଜାମୌଲୀଙ୍କ ଫିଲ୍ମ 'RRR' ତେଲୁଗୁରେ ପ୍ରସ୍ତୁତ ହେଉଛି, କିନ୍ତୁ ଏହା ପରେ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ ହେବ । ହାୱାର୍ଡ ଇଣ୍ଡିଆ କନ୍ଫରେନ୍ସରେ କଥା ହୋଇ ରାଜାମୌଲୀ କହିଛନ୍ତି, 'ଏହି ଫିଲ୍ମଟି ଗୋଟିଏ ପ୍ୟାନ ଇଣ୍ଡିଆ ଫିଲ୍ମ କାରଣ ଫିଲ୍ମର କାହାଣୀ ହିଁ ସେମିତି କିଛି ।' ଏହାଛଡା ନିର୍ମାତା ଫିଲ୍ମକୁ ନେଇ ଅଧିକ କିଛି କହିନଥିଲେ ମଧ୍ୟ ଏହା ଦର୍ଶକଙ୍କୁ ଗୋଟିଏ ବଡ ସରପ୍ରାଇଜ ଆଣି ଆସୁଛି ବୋଲି କହିଛନ୍ତି ।
ଫିଲ୍ମରେ ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଛଡା ଅଜୟ ଦେବଗନ, ପରିଣିତୀ ଚୋପ୍ରା ଓ ଆଲିୟା ଭଟ୍ଟ ଆଦି ମଧ୍ୟ ନଜର ଆସିବେ । ଫିଲ୍ମର ସୁଟିଂ ଏବେ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଜୋରଦାର ଚାଲିଛି । ଯାହାକି ପ୍ରାୟ 300କୋଟି ବଜେଟ ହୋଇଥିବାରୁ ଏହା ବାହୁବଳୀ ପରି ଦ୍ବିତୀୟ ବିଗ ବଜେଟ ଫିଲ୍ମ ହୋଇପାରେ ବୋଲି ଚାଲିଛି ଚର୍ଚ୍ଚା ।