ଓଡିଶା

odisha

ETV Bharat / sitara

'ରାଧେଶ୍ୟାମ'ର ଟିଜର ଆଉଟ

ଭାଲେଣ୍ଟାଇନ ଡେ’ରେ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ରାଧେ ଶ୍ୟାମ'ର ଟିଜର ରିଲିଜ ହୋଇଛି । ଏହି ଫିଲ୍ମ 30 ଜୁଲାଇରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ...

By

Published : Feb 14, 2021, 7:49 PM IST

radhe-shyam-teaser-prabhas-best-gift-to-fans-on-v-day-release-date-announced
'ରାଧେଶ୍ୟାମ'ର ଟିଜର ଆଉଟ

ହାଇଦ୍ରାବାଦ: ଆଜି ଭାଲେଣ୍ଟାଇନ ଡେ’ରେ ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କର ଆଗାମୀ ଚଳଚ୍ଚିତ୍ର 'ରାଧେ ଶ୍ୟାମ'ର ଟିଜର ରିଲିଜ ହୋଇଛି । ଭାଲେଣ୍ଟାଇନ ଡେ’ରେ ପ୍ରଭାସ ଫ୍ୟାନ୍ସଙ୍କୁ ଏହି ଉପହାର ଦେଇଛନ୍ତି ।

ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଟିଜରରେ ପ୍ରକାଶ ପାଇଛି । ଏହି ଫିଲ୍ମ 30 ଜୁଲାଇରେ ମୁକ୍ତିଲାଭ କରିବ ।

ଆଜି ସକାଳେ ପ୍ରଭାସ ସୋସିଆଲ ମିଡିଆରେ 'ରାଧେ ଶ୍ୟାମ'ର ଟିଜରକୁ ସେୟାର କରିଛନ୍ତି । ଯେଉଁଥିରେ ସେ ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ଇଟାଲୀ ଭାଷାରେ ଫ୍ଲର୍ଟ କରୁଥିବାର ନଜର ଆସିଛନ୍ତି ।

ଭାଲେଣ୍ଟାଇନ ଡେ’ରେ ଟିଜର ସେୟାର କରି ପ୍ରଭାସ ଲେଖିଛନ୍ତି, 'ରାଧେ ଶ୍ୟାମ'ର ଝଲକ ସହିତ ଭାଲେଣ୍ଟାଇନ ଡେ ସେଲିବ୍ରେଟ କର'।

ଏବେ ଫ୍ୟାନ୍ସ ଏବି ଟିଜରକୁ ବହୁତ ପସନ୍ଦ କରିବା ସହିତ ବହୁତ ସେୟାର ମଧ୍ୟ କରୁଛନ୍ତି ।

ପ୍ରକାଶ ଥାଉ ଯେ, ରାଧା କୃଷ୍ଣ କୁମାରଙ୍କ ନିର୍ଦ୍ଦେଶିତ 'ରାଧେଶ୍ୟାମ୍' ଏକ ବହୁଭାଷୀ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ପ୍ରଭାସ ଏବଂ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ସଚିନ ଖେଡକର, ପ୍ରିୟଦର୍ଶୀ, ଭାଗ୍ୟଶ୍ରୀ, ମୁରଲୀ ଶର୍ମା ମଧ୍ୟ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details