ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗଡେ ଷ୍ଟାରର ପାନ ଇଣ୍ଡିଆ ଚଳଚ୍ଚିତ୍ର 'ରାଧେ-ଶ୍ୟାମ'ର ଯାଦୁ ବକ୍ସ ଅଫିସରେ ଜାରି ରହିଛି । ଏହି ଚଳଚ୍ଚିତ୍ରଟି ୧୦ ଦିନ ମଧ୍ୟରେ ୨୦୦ କୋଟି ଟଙ୍କାର ବିଶ୍ୱସ୍ତରୀୟ ସଂଗ୍ରହ କରିଛି । ଏହି ଚଳଚ୍ଚିତ୍ରଟି ୧୧ ମାର୍ଚ୍ଚରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିଲା । ଏହି ମେଗା ବଜେଟ୍ ଫିଲ୍ମର ସେଟ୍ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
ପ୍ରଭାସ ଏବଂ ପୂଜାଙ୍କ ପ୍ରେମ କାହାଣୀକୁ ଦର୍ଶକମାନେ ପସନ୍ଦ କରିଛନ୍ତି । ଏଥି ସହିତ ଫିଲ୍ମର ସଫଳତାକୁ ଦେଖି ଏହାର ଡିଜିଟାଲ ରାଇଟ୍ସ ୨୦୦ କୋଟିରେ ବିକ୍ରି ହୋଇଛି । ସେହି ଅନୁଯାୟୀ, ଫିଲ୍ମଟି ୧୦ ଦିନ ମଧ୍ୟରେ ୪୦୦ କୋଟି ଟଙ୍କା ରୋଜଗାର କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମ 'ରାଧେ-ଶ୍ୟାମ' ବର୍ତ୍ତମାନ ଖୁବ୍ ଶୀଘ୍ର ଡିଜିଟାଲ୍ ପ୍ଲାଟଫର୍ମରେ ଦେଖିବାକୁ ମିଳିବ, କାରଣ ଏହାର ଡିଜିଟାଲ୍ ଅଧିକାର ୨୦୦ କୋଟି ଟଙ୍କାରେ ବିକ୍ରୀ ହୋଇସାରିଛି । ଏଥିସହିତ ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର ରହିଛି ।