ମୁମ୍ବାଇ: ବଲିଉଡ଼ର ଏକ ଲୋକପ୍ରିୟ ଯୋଡି଼ ହେଉଛନ୍ତି ରଣବୀର ସିଂ ଓ ଦୀପିକା ପାଦୁକୋନ । ଉଭୟ ପରସ୍ପର ସହିତ ଭଲ ପାଇବା ପ୍ରଦର୍ଶନ କରିବା ସହିତ ପରସ୍ପରକୁ ଚିଡ଼ାଇବାରେ କୌଣସି ସୁଯୋଗକୁ ହାତ ଛଡ଼ା କରନ୍ତି ନାହିଁ । ଉଭୟଙ୍କ ଏହି ଭଲପାଇବା ରଣବୀରଙ୍କ ଇନଷ୍ଟାଗ୍ରାମର ପ୍ରଶ୍ନ ପଚାରିବା ସେସନ ବା Q&Aରେ ଦେଖିବାକୁ ମିଳିଛି । ଏହି ସେସନରେ କପଲ୍ କରିଥିବା ବାର୍ତ୍ତାଳାପ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।
Ranveer Q&A: ଦୀପିକା କହିଲେ କେତେବେଳେ ଆସିବ ଘରକୁ, ଏମିତି ଜବାବ ଦେଲେ ଅଭିନେତା ତେବେ ରଣବୀରଙ୍କୁ ଦୀପିକା ପଚାରିଥିଲେ ଘରକୁ କେବେ ଆସୁଛ । ଆଉ ଏହାର ଉତ୍ତରରେ ରଣବୀର ମଜାଳିଆ ଉତ୍ତର ଦେଇଥିଲେ । ରଣବୀର କହିଥିଲେ ଯେ, "ଖାଦ୍ୟ ଗରମ କରିଦିଅ ବେବି, ମୁଁ ଏବେ ପହଞ୍ଚୁଛି ।" ସେପଟେ ପତ୍ନୀ ଦୀପିକାଙ୍କୁ ଗୋଟିଏ ଶବ୍ଦରେ ବ୍ୟାଖ୍ୟା କରିବା ପାଇଁ ଜଣେ ଫ୍ୟାନ୍ସ ପ୍ରଶ୍ନ ପଚାରିଥିଲେ। ତେବେ ଏହାର ଉତ୍ତରରେ ରଣବୀର କହିଥିଲେ ଯେ "କ୍ବିନ୍ ବା ରାଣୀ । "
Ranveer Q&A: ଦୀପିକା କହିଲେ କେତେବେଳେ ଆସିବ ଘରକୁ, ଏମିତି ଜବାବ ଦେଲେ ଅଭିନେତା ସେପଟେ ଅର୍ଜୁନ କପୁର, ଆଲିଆ ଭଟ୍ଟ ଓ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ରଣବୀରଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି । ଯାହାର ଉତ୍ତରକୁ ରଣବୀର ମଜାଳିଆ ଢଙ୍ଗରେ ଦେଇଛନ୍ତି । ଅର୍ଜୁନ ରଣବୀରଙ୍କୁ ପଚାରିଛନ୍ତି ଯେ, "ଆପ ଇତନେ ସେକ୍ସି କ୍ୟୁଁ ହେଁ ବାବା " ତେବେ ଏହାର ଉତ୍ତରରେ ରଣବୀର ଲେଖିଛନ୍ତି ଯେ "ଆପ କି ଟ୍ରେନିଂ" ।
ରଣବୀର ନିଜର ଆଗାମୀ ଫିଲ୍ମ 'ରକି ଔର ରାନି କି ପ୍ରେମ କାହାନୀ'ର ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଆଲିଆ ଭଟ୍ଟ । ଅନ୍ୟ କଳାକାର ଭାବେ ଏଥିରେ ଧର୍ମେନ୍ଦ୍ର, ଜୟା ବଚ୍ଚନ ଓ ଶାବନା ଆଜମି ପ୍ରମୁଖ ରହିଛନ୍ତି । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି କରନ ଜୋହର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ