ଓଡିଶା

odisha

ETV Bharat / sitara

ରଣବୀରଙ୍କ ଅତୀତକୁ ନେଇ ଆଲିୟା କଲେ ଖୁଲାସା

ଆଲିୟା ଓ ରଣବୀର କପୁରଙ୍କ ପ୍ରେମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଏବେ ରଣବୀରଙ୍କ ଅତୀତକୁ ନେଇ କଣ ଭାବନ୍ତି ବୋଲି ଖୁଲାସା କରିଛନ୍ତି ଆଲିୟା। ଆଲିୟା କହିଛନ୍ତି ମୋତେ କୌଣସି ଫରକ ପଡେନାହିଁ କାରଣ ମୋର ବି ଅତୀତ ଅଛି ଆଉ ମୁଁ ବି କେଉଁ କମ !

By

Published : Mar 29, 2019, 10:39 AM IST

Updated : Mar 29, 2019, 3:51 PM IST

ଫାଇଲ ଫଟୋ


ହାଇଦ୍ରାବାଦ: ନିକଟରେ ଆଲିୟା ଓ ରଣବୀର କପୁର ଏକ ଆୱାର୍ଡ ସେରେମନିରେ ରୋମାଣ୍ଟିକ ଡାନ୍ସ କରି ଖୁଲମଖୁଲା ପ୍ରେମ କରିଛନ୍ତି। ତେବେ ଏହି ପ୍ରେମ ଦେଖି ଆଲିୟାଙ୍କୁ ରଣବୀରଙ୍କ ଅତୀତ ବିଷୟରେ ପଚରା ଯାଇଥିଲା କିଛି ପ୍ରଶ୍ନ। ଯାହାର ଉତ୍ତରରେ ଆଲିୟା କିଛି ଏମିତି କହିଛନ୍ତି ଯେ ଆପଣ ଶୁଣିଲେ ଆଲିୟାଙ୍କୁ ଆହୁରି ପସନ୍ଦ କରିବାକୁ ବାଧ୍ୟ ହେବେ।

ରଣବୀରଙ୍କ ଅତୀତକୁ ନେଇ ଆଲିୟା ଚିନ୍ତିତ କି ନୁହେଁ ର ପ୍ରଶ୍ନରେ ଆଲିୟା କହିଛନ୍ତି ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ। ତାପରେ 'ମୁଁ ବି କୋଉ କମ ଅଟେ।' ଏହାପରେ ରଣବୀରଙ୍କ ପ୍ରଶଂସା କରି ସେ ଜଣେ ମୂଲ୍ୟବାନ ମଣି ମଧ୍ୟ କହିଛନ୍ତି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଉଭୟ ପ୍ରଥମଥର ପାଇଁ ଏକାଠି ନଜର ଆସୁଥିବାବେଳେ ବୁଲଗେରିୟାରେ ଏହାର ସୁଟିଂବେଳେ ଉଭୟ ପ୍ରେମରେ ପଡିଥିଲେ। ତେବେ ଦିନକୁ ଦିନ ଉଭୟଙ୍କ ସମ୍ପର୍କ ଦୃଢ ହେବାସହ ବ୍ୟକ୍ତିଗତ ଓ କର୍ମମୟ ଜୀବନରେ ଉଭୟବେଶ ଖୁସି ବୋଲି କହିଛନ୍ତି।

ଆଲିୟା ଆହୁରି କହିଛନ୍ତି, ଏହା ଗୋଟିଏ ସମ୍ପର୍କ ନୁହେଁ, ଏହା ବନ୍ଧୁତା। ମୁଁ ଏହା ସମ୍ପୂର୍ଣ୍ଣ ବିଶ୍ବସ୍ତସହ ତୁଲାଉଛି। ଏହା ଖୁବ ସୁନ୍ଦର। ମୁଁ ଏବେ ଆକାଶରେ ଚାଲୁଛି। ସବୁଠୁ ଶ୍ରେଷ୍ଠ କଥା ହେଲା, ଆମେ ଦୁଇଟି ଭିନ୍ନ ମଣିଷ, ଯିଏକି ନିଜ ନିଜ କର୍ମମୟ ଜୀବନକୁ ଖୁବ ଉପଭୋଗ କରୁଛୁ। ତେବେ ଆଲିୟା ଏବେ ଫିଲ୍ମ 'କଲଙ୍କ'ର ରିଲିଜର ଅପେକ୍ଷାରେ।

Last Updated : Mar 29, 2019, 3:51 PM IST

For All Latest Updates

ABOUT THE AUTHOR

...view details