ଓଡିଶା

odisha

ପିସିଙ୍କ ବର୍ଥଡେ କେକ୍ ମୂଲ୍ୟ, କିଣି ହୋଇଯିବ ତିନୋଟି ଆଇଫୋନ !

By

Published : Jul 30, 2019, 11:51 AM IST

ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେତେ ଖାସ୍ ତାଙ୍କର ସବୁ ଜିନିଷ ମଧ୍ୟ ସେହିପରି ଖାସ୍ । ପତ୍ନୀଙ୍କୁ ଖୁସି କରିବାକୁ ଯାଇ ଏତେ ଲକ୍ଷର କେକ୍ କିଣିଲେ ନିକ। ଯାହାର ମୂଲ୍ୟ ଜାଣିଲେ ଉଡିଯିବ ଆପଣଙ୍କ ହୋସ ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଜୁଲାଇ 18ରେ ନିଜର 37ତମ ଜନ୍ମଦିନ ଧୂମଧାମରେ ପାଳନ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା । ପ୍ରିୟଙ୍କାଙ୍କ ସ୍ବାମୀ ତଥା ଆମେରିକାନ ପପ ସିଙ୍ଗର ନିକ ଜୋନସ ପତ୍ନୀଙ୍କ ଜନ୍ମଦିନକୁ ଖାସ କରିବା ପାଇଁ ଏକ ଶାନଦାରର କେକ ଅର୍ଡର କରିଥିଲେ । ପିସିଙ୍କ ରେଡ ଡ୍ରେସ ସହ ମ୍ୟାଚ କରାଇ କେକ ତିଆରି ହୋଇଥିଲା ।

ପ୍ରିୟଙ୍କାଙ୍କ ବର୍ଥଡେ କେକ୍ର ଚର୍ଚ୍ଚା ଅନେକ ଦିନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । କେକ ଚର୍ଚ୍ଚାରେ ରହିବାର କାରଣ ହେଲା ଏହାର ମୂଲ୍ୟ । ଯାହା ଏବେ ସାମ୍ନାକୁ ଆସିଯାଇଛି । ଯାହା ଶୁଣି ଆପଣଙ୍କ ହୋସ ଉଡିଯିବ ।

ପ୍ରକାଶ ଥାଉକି ଏହି କେକକୁ ମାୟାମୀର ଡିଭାଇନ ଡେଭିକେସିଜ ତିଆରି କରିଥିଲା । ତାଙ୍କ ଅନୁଯାୟୀ ଏହି କେକର ଅର୍ଡର ନିକ ଦେଇଥିଲେ ଆଉ ଏହା ତାଙ୍କର ହିଁ ଆଇଡିଆ ଥିଲା ଯେ କେକ୍କୁ ରେଡ ଏବଂ ଗୋଲ୍ଡ କଲରରେ ତିଆରି କରାଯିବ । ଏହି ଖାସ କେକ ତିଆରି କରିଥିବା ଆର୍ଟିଷ୍ଟଙ୍କ ଅନୁଯାୟୀ ଏହାକୁ ତିଆରି କରିବାକୁ ପାଖାପାଖି 24 ଘଣ୍ଟା ଲାଗିଥିଲା । ପାଞ୍ଚ ଲେୟାର ବାଲା ଏହି ଚକଲେଟ ଏବଂ ୱନିଲା କେକ୍ର ଆମେରିକା ଡଲରରେ 5,000 ତଥା 3 ଲକ୍ଷ 45 ହଜାର ଟଙ୍କା । ଏମିତି ଗଣନା କଲେ ଏହି ଟଙ୍କାରେ ପାଖାପାଖି ତିନୋଟି ଆଇଫୋନ କିଣି ହୋଇଯିବ । ଏବେ ଖାସ ଲୋକଙ୍କ ପସନ୍ଦ ତ ଖାସ ହୋଇଥାଏ । ଆଉ ପତ୍ନୀଙ୍କ ବର୍ଥଡେରେ ନିକ ଏପରି ଖାସ ଆୟୋଜନ କରିଥିଲେ । ଯାହାକୁ ନେଇ ଖୁବ୍ ଖୁସି ହୋଇ ଯାଇଥିଲେ ଦେଶୀ ଗାର୍ଲ ।

ABOUT THE AUTHOR

...view details