ଓଡିଶା

odisha

ETV Bharat / sitara

CAA ତାତି: ମୌନବ୍ରତ ଭାଙ୍ଗିଲେ ଦେଶୀଗାର୍ଲ

ଅନେକ ସେଲିବ୍ରିଟିଙ୍କ ପରେ ଏବେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନାଗରିକତା ସଂଶୋଧନ ଆଇନକୁ ନେଇ ଖୋଲିଲେ ମୁହଁ । ଟ୍ବିଟ କରି ଶିକ୍ଷାର ପରିଭାଷା ବୁଝାଇଲେ ସମସ୍ତଙ୍କୁ ।

By

Published : Dec 19, 2019, 5:38 PM IST

priyanka chopra
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନକୁ ନେଇ ପୁରା ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଏହା ବିରୋଧରେ ଭିନ୍ନ ଭିନ୍ନ ରାଜ୍ୟରୁ ଅନେକ ଲୋକ ଏକଜୁଟ ହୋଇ ସ୍ବର ଉଠାଇବାରେ ଲାଗିଛନ୍ତି । ଏମିତିରେ ବଲିଉଡ ସେଲିବ୍ରିଟି ମଧ୍ୟ ଏହି ଆକ୍ଟକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । କିଛି ଦିନ ପୂର୍ବରୁ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ପୋଲିସଙ୍କ ମଧ୍ୟରେ ମାରପିଟ୍ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବର୍ତ୍ତମାନ ଦେଶର ପରିସ୍ଥିତ ଅସମ୍ଭାଳ । ଅନେକ ସେଲିବ୍ରିଟି ଏହି ଘଟଣାକୁ ନେଇ ଘୋର ନିନ୍ଦା ମଧ୍ୟ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ପ୍ରିୟଙ୍କା ଚୋପ୍ରା

ଏହି କ୍ରମରେ ପରିଣୀତି ଚୋପ୍ରା, ରିଚା ଚଡ୍ଡା, ସୋନାକ୍ଷୀ ସିହ୍ନା, ଜାଭେଦ ଅଖତର, ବିଶାଳ ଭରଦ୍ବାଜ, ଫରହାନ ଅଖତର ଓ ଅନୁରାଗ କଶ୍ୟପ ସାମିଲ ଅଛନ୍ତି । ଏହି ଷ୍ଟାର୍ସ ଛାତ୍ରଛାତ୍ରୀଙ୍କ ସମର୍ଥନରେ ସାମ୍ନାକୁ ବାହାରିଛନ୍ତି । ନିକଟରେ ସୋସିଆଲ ମିଡିଆର କିଛି ୟୁଜର୍ସ ବଡବଡ ସେଲିବ୍ରିଟିଙ୍କ ମୌନ ବ୍ରତ ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛନ୍ତି । ଇତିମଧ୍ୟରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ସବୁ ଶିଶୁଙ୍କୁ ଶିକ୍ଷା ମିଳିବା ଆମର ସ୍ବପ୍ନ । ଶିକ୍ଷା ସେହି ଜିନିଷ ଯାହା ନିଜ ଭାବନାକୁ ସ୍ବାଧୀନତା ଦେଇଥାଏ । ଗଣତନ୍ତ୍ର ରାଷ୍ଟ୍ରରେ ଶାନ୍ତିପୂର୍ଣ୍ଣ ଉପାୟରେ ଉଠୁଥିବା ସ୍ବରର ଜବାବ ହିଂସାରେ ଦେବା ଭୁଲ । ସବୁ ସ୍ବରର ଆବଶ୍ୟକ ଅଛି । ଆଉ ସବୁ ସ୍ବର ଭାରତକୁ ପରିବର୍ତ୍ତନ କରିବାରେ ସହାୟକ ହେବ ।’

ପ୍ରକାଶ ଥାଉକି ଏହି ମାମଲାରେ ଏଯାବତ ଅମିତାଭ ବଚ୍ଚନ, ସଲମାନ ଖାନ, ଆମୀର ଖାନ, ଦୀପିକା ପାଦୁକୋନ, ରଣବୀର ସିଂ, ଶାହରୁଖ ଖାନ ଭଳି ଷ୍ଟାର ମୌନ ବ୍ରତ ପାଳନ କରିଛନ୍ତି ।

ABOUT THE AUTHOR

...view details