ମୁମ୍ବାଇ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେବାକୁ ସବୁବେଳେ ସ୍ବପ୍ନ ଦେଖନ୍ତି ସେଲିବ୍ରିଟି। ଏହା ସେମାନଙ୍କ ପାଇଁ କୌଣସି ବଡ ସ୍ବପ୍ନଠୁ କମ ନୁହେଁ। ଗତ ବର୍ଷ କାନ୍ସ ଫେଷ୍ଟିଭାଲରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ପ୍ରଥମଥର ଯୋଗ ଦେଇଥିଲେ। ଶନିବାର ତାଙ୍କ ସାମିଲ ହେବାକୁ ଏକ ବର୍ଷ ପୁରୁଣ ହୋଇଛି। ଏହି ଅବସରରେ ପିସି ଏକ ଭିଡିଓ ଜରିଆରେ 2019 କାନ୍ସ ଫେଷ୍ଟିଭାଲର ସ୍ମୃତି ମନେ ପକାଇଛନ୍ତି।
କାନ୍ସ ଫିଲ୍ମ ଫେଷ୍ଟିଭାଲ ସ୍ମୃତି ମନେ ପକାଇଲେ ପିସି
ସୋସିଆଲ ମିଡିଆରେ ଥ୍ରୋବ୍ୟାକ ଭିଡିଓ ସେୟାର କରି କାନ୍ସ ଫେଷ୍ଟିଭାଲ ଇଭେଣ୍ଟର ସ୍ମୃତିକୁ ତାଜା କଲେ ଦେଶୀ ଗାର୍ଲ। ପ୍ରଥମଥର 2019ରେ ଏହି ଇଭେଣ୍ଟରେ ସାମିଲ ହୋଇଥିଲେ ସେ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା
ଗତ ବର୍ଷ କାନ୍ସ ଫେଷ୍ଟିଭାଲରେ ପ୍ରିୟଙ୍କା ନିଜ ସ୍ବାମୀ ତଥା ପପ ଗାୟକ ନିକ ଜୋନସଙ୍କ ସହ ସାମିଲ ହୋଇଥିଲା। ସେହି ସମୟର କିଛି ଷ୍ଟିଲ୍ସକୁ ମର୍ଜ କରି ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ବର୍ତ୍ତମାନ ଭାଇାଲ ହେଉଥିବା ଭିଡିଓରେ ପ୍ରିୟଙ୍କା ଭିନ୍ନ ଭିନ୍ନ ଆଉଟଫିଟରେ ପୋଜ ଦେଉଥିବାର ନଜର ଆସୁଛନ୍ତି। ଖାଲି ଏତିକି ନୁହେଁ ସେ ନିକଙ୍କୁ କିସ୍ କରୁଥିବାର ମଧ୍ୟ ଦେଖାଯାଉଛନ୍ତି । ଲକଡାଉନ ପାଇଁ ପିସି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି।