ଓଡିଶା

odisha

ETV Bharat / sitara

ବେବିବୟ ଜନ୍ମରେ ରାଜେଶ ଓ ବନ୍ଦନାଙ୍କୁ ପିସିଙ୍କ ଶୁଭେଚ୍ଛା - ପ୍ରିୟଙ୍କା ଚୋପ୍ରା

ପୁଣି ଥରେ ପିତା ହେଲା ଈଶାନ ଖଟ୍ଟରଙ୍କ ପିତା ରାଜେଶ ଖଟ୍ଟର । ବିବାହର 11 ବର୍ଷ ପରେ ତାଙ୍କ ପତ୍ନୀ ବନ୍ଦନା ବେବି ବୟକୁ ଜନ୍ମ ଦେଇଛନ୍ତି।

ଡିଜାଇନ ଫଟୋ

By

Published : Sep 3, 2019, 8:44 PM IST

ମୁମ୍ବାଇ: ପାଖାପାଖି 11 ବର୍ଷ ପରେ ପିତା-ମାତା ସାଜିଛନ୍ତି ଅଭିନେତା ରାଜେଶ ଖଟ୍ଟର ଓ ତାଙ୍କ ପତ୍ନୀ ବନ୍ଦନା ସଞ୍ଜନାନୀ । ନିକଟରେ ବେବି ବୟକୁ ଜନ୍ମ ଦେଇଥିଲେ ବନ୍ଦନା । ଏହି ଅବସରରେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ମିଳିବାରେ ଲାଗିଛି । କିନ୍ତୁ ଏମିତି ଏକ ଶୁଭେଚ୍ଛା ତାଙ୍କୁ ଜଣେ ଅଭିନେତ୍ରୀ ଦେଇଛନ୍ତି। ଯାହା ପତି-ପତ୍ନୀଙ୍କ ଖୁସିକୁ ଦୁଇଗୁଣ କରି ଦେଇଛି।

ଆଜ୍ଞା ହଁ, ତାଙ୍କୁ ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଇନଷ୍ଟାଗ୍ରାମରେ ବେବି ବୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ କାର୍ଡରେ ସ୍ବାଗତ ବନରାଜ କ୍ରିଷ୍ଣା ଖଟ୍ଟର, ଅନେକ ଅନେକ ପ୍ରେମ ଏବଂ ସ୍ନେହ ଲେଖିବା ସହ ଗ୍ରାମା ଚୋପ୍ରା ମଧ୍ୟ ଲେଖିଛନ୍ତି । ଅନ୍ୟପଟେ ବନ୍ଦନା ଏହି କାର୍ଡର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ପ୍ରିୟଙ୍କାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ପ୍ରକାଶ ଥାଉକି ବନ୍ଦନା ଓ ପ୍ରିୟଙ୍କା ମଧ୍ୟରେ ଦୀର୍ଘ ସମୟରୁ ଭଲ ବନ୍ଧୁତା ରହିଆସୁଛି । ଯେକୌଣସି ଅବସରରେ ଦୁଇଜଣ ପରସ୍ପରକୁ ଶୁଭେଚ୍ଛା ଓ ଶୁଭକାମନା ଦେଉଥିବାର ନଜର ଆସନ୍ତି । ଯଦି କଥା ହେବା ରାଜେଶଙ୍କ ବିଷୟରେ ତେବେ ସେ ଅଭିନେତ୍ରୀ ଈଶାନ ଖଟ୍ଟରଙ୍କ ପିତା ଏବଂ ଶାହିଦ କପୁରଙ୍କ ଦ୍ବିତୀୟ ପିତା।

ABOUT THE AUTHOR

...view details