ଓଡିଶା

odisha

ETV Bharat / sitara

ଜାଏରାଙ୍କ ନିଷ୍ପତ୍ତିରେ କିଛି ଏଭଳି କହିଲେ ପ୍ରିୟଙ୍କା

ଅକ୍ଟୋବର 11ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ‘ଦ ସ୍କାଇ ଇଜ ପିଙ୍କ’ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ପ୍ରିୟଙ୍କା ଏବେ ତାଙ୍କ କୋ-ଷ୍ଟାର ଜାଏରା ୱାସମୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।

By

Published : Sep 25, 2019, 11:20 PM IST

ଡିଜାଇନ ଫଟୋ

ମୁମ୍ବାଇ: ଦେଶୀ ଗାର୍ଲରୁ ଗ୍ଲୋବାଲ ଅଭିନେତ୍ରୀ ସାଜିଥିବା ପ୍ରିୟଙ୍କା ଚୋପ୍ରା ‘ଦ ସ୍କାଇ ଇଜ ପିଙ୍କ’ ଫିଲ୍ମ ଜରିଆରେ ବଲିଉଡକୁ କମବ୍ୟାକ କରିଛନ୍ତି । ଏହି ଫିଲ୍ମର ଟ୍ରେଲର ଯେବେ ଠାରୁ ରିଲିଜ ହୋଇଛି ତେବେ ଠାରୁ ଫିଲ୍ମଟି ଚର୍ଚ୍ଚାରେ । ଏହି ଫିଲ୍ମରେ ଧର୍ମ ପାଇଁ ବଲିଉଡ ଛାଡିଥିବା ଅଭିନେତ୍ରୀ ଜାଏରା ୱାସୀମ ଶେଷଥର ନଜର ଆସିବେ । ସେହିପରି ପ୍ରିୟଙ୍କାଙ୍କ ସହ ଅଭିନେତା, ନିର୍ଦ୍ଦେଶକ ଫରହାନ ଅଖତର ରୋମାନ୍ସ କରୁଥିବାର ଦେଖାଯିବେ । ଫିଲ୍ମଟି ଅକ୍ଟୋବର 11ରେ ରିଲିଜ ହେବାକୁ ଯାଉଛି ।

‘ଦ ସ୍କାଇ ଇଜ ପିଙ୍କ’ର ସୁଟିଂ ପରେ ଜାଏରା ବଲିଉଡ ଛାଡିବା ଘୋଷଣା କରିଥିଲେ । ମାମଲା ଧର୍ମ ସହ ସମ୍ପୃକ୍ତ ଥିବାରୁ ଏହା ଉପରେ ବିବାଦ ସୃଷ୍ଟି ହୋଇଥିଲା । ଦର୍ଶକ ଜାଏରାଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ସାମାଜିକ କରି ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ । ଇତିମଧ୍ୟରେ ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ପ୍ରିୟଙ୍କା ।

ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ପ୍ରିୟଙ୍କାଙ୍କୁ ଏକ ସାକ୍ଷାତକାରରେ ଜାଏରାଙ୍କ ବଲିଉଡ ଛାଡିବା ବିଷୟରେ ପ୍ରଶ୍ନ କାରଯାଇଥିଲା । ଆଉ ଜାଏରା ବଲିଉଡ ଛାଡିବା ନିଷ୍ପତ୍ତିରେ ସେ କେବେ ତାଙ୍କ ସହ କଥାବାର୍ତ୍ତା କରିଛନ୍ତି କି ନାହିଁ ମଧ୍ୟ ପଚରାଯାଇଥିଲା । ଏହାର ଜବାବରେ ପ୍ରିୟଙ୍କା କହିଥିଲେ କି ସେ ଦୁଇଜଣ ଅନେକ କଥାବାର୍ତ୍ତା କରିଥିଲେ । କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ କାମକୁ ବାଦ ଦେଲେ କେବେ ପରସ୍ପର ମଧ୍ୟରେ କଥା ହୋଇନାହାଁନ୍ତି । ଜାଏରାଙ୍କ ବ୍ୟକ୍ତିଗତ ପ୍ରସଙ୍ଗରେ ତାଙ୍କର କୌଣସି ସମ୍ପର୍କ ନାହିଁ ।

ଜାଏରା ଯାହା ବି କରିଛନ୍ତି ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଆମ କିଏ ଏହା ଡିସାଇଡ କରିବାକୁ କେଉଁ ବ୍ୟକ୍ତି କଣ କରିବେ ଆଉ ନକରିବେ। ସେ ଜଣେ ଭଲ ଅଭିନେତ୍ରୀ । ସେ ଅନେକ ଫିଲ୍ମରେ ଶାନଦାର ଅଭିନୟ କରିଛନ୍ତି । ଆମ ସବୁବେଳେ ତାଙ୍କ ଭଲ ପାଇଁ ପ୍ରାର୍ଥନା କରୁଛୁ ବୋଲି କହିଥିଲେ ପ୍ରିୟଙ୍କା ।

ABOUT THE AUTHOR

...view details