ନୂଆଦିଲ୍ଲୀ: ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସର୍ବଦା ନିଜ ମନ ଇଚ୍ଛାରେ କାମ କରିବା ପାଇଁ ଜଣାଯାଇଥାଆନ୍ତି । ଇତିମଧ୍ୟରେ ସେ ପ୍ରଥମଥର ଟ୍ରୋଲିଂକୁ ନେଇ ନିଜ ପକ୍ଷ ରଖିଛନ୍ତି । ତାଙ୍କ ଅନୁଯାୟୀ ଟ୍ରୋଲିଂ ମହିମା ମଣ୍ଡଳ ଜରିଆରେ କଳାକାରଙ୍କ ଉପରେ ଅତ୍ୟାଧିକ ଚାପ ବଢିଯାଇଛି । ଟ୍ରୋଲିଂ ବଢିବାରୁ କେବଳ ଖରାପ ପରିସ୍ଥିତି ହିଁ ସୃଷ୍ଟି ହେଉଛି ।
ପ୍ରଥମଥର ଟ୍ରୋଲିଂକୁ ନେଇ ଦେଶୀ ଗର୍ଲଙ୍କ ବୟାନ
ପ୍ରଥମଥର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଟ୍ରୋଲିଂକୁ ନେଇ ନିଜ ପକ୍ଷ ରଖିଛନ୍ତି । ତାଙ୍କ ଅନୁଯାୟୀ ଇଣ୍ଡରନେଟ ବର୍ତ୍ତମାନ ସମୟରେ ସବୁ କାର୍ଯ୍ୟ ସହଜ କରିଦେଇଛି । ଯାହାଦ୍ବାରା ଟ୍ରୋଲିଂ ବଢିବାରେ ଲାଗିଛି ।
ସେ ଏକ ସାକ୍ଷାତକାରରେ କହିଥିଲେ କି ସର୍ବପ୍ରଥମେ ଚାପ ଲୋକଙ୍କ ରାୟରୁ ଆସିଥାଏ । ଆଜିର ସମୟରେ କିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ରାୟ ଏକ ଖବର ହୋଇଯାଇଛି । ଅଧିକାଂଶ ମିଡିଆକୁ ଟ୍ରୋଲିଂ ବିଷୟରେ ଲେଖୁଥିବାର ଦେଖିଛନ୍ତି । କେଉଁ ବ୍ୟକ୍ତି ଏହି କଥା ପାଇଁ ଟ୍ରୋଲ ହେଲା, କାହା ପାଇଁ କିଏ ଟ୍ରୋଲ ହେଲା । ସେ ଏହା କେବେ ମଧ୍ୟ ବୁଝି ପାରୁନାହାଁନ୍ତି କି କୌଣସି ବ୍ୟକ୍ତିର ରାୟ ଖବରରେ କିପରି ପରିବର୍ତ୍ତନ ହୋଇଛି । ମିଡିଆ କିପରି 500, 600, 1000 ଲୋକଙ୍କ ବିଚାରକୁ ଏତେ ମହତ୍ବ ଦେଇଛି । ଯାହା ଆଦୌ ଖାସ୍ ନୁହେଁ ।
ପ୍ରିୟଙ୍କା ନିଜ ହଲିଉଡ ଫିଲ୍ମ 'ଇଜ ନଟ ଇଟ ରୋମାଣ୍ଟିକ' ଫିଲ୍ମ ବିଷୟରେ କଥା ହୋଇ ସ୍ବୀକାର କରିଥିଲେ କି ଡିଜିଟାଲ ଦୁନିଆରେ ବଞ୍ଚିବାର ଚାପ ଅଛି । ତାଙ୍କର ଏହି ଫିଲ୍ମ ଭାରତରେ ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକରେ ରିଲିଜ ହୋଇସାରିଛି । ସେ କହିଥିଲେ କି ଏହି ଚାପ ତାଙ୍କ ଦ୍ବାରା କିମ୍ବା ପ୍ରଶଂସକ ଦ୍ବାରା ହୋଇନଥାଏ । ଏହା କେବଳ ଇଣ୍ଟରନେଟ ଦ୍ବାରା ହିଁ ହୋଇଥାଏ । ଇଣ୍ଟରନେଟ ଲୋକଙ୍କ କାମ ସହଜ କରିଦେଇଛି । ଆପଣ କୌଣସି ମଧ୍ୟ ମଣିଷର ବୟାନକୁ ଖବର ରୂପେ ପ୍ରସ୍ତୁତ କରିପାରିବ ।