ମୁମ୍ବାଇ: ଦୀର୍ଘ ସମୟ ପରେ ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣି ବଲିଉଡରେ କମବ୍ୟାକ କରିବାକୁ ପ୍ରସ୍ତୁତ ହୋଇସାରିଲେଣି । ସେ 'ଦ ସ୍କାଏ ଇଜ ପିଙ୍କ' ଫିଲ୍ମ ଜରିଆରେ ବଲିଉଡରେ ପୁଣି ନଜର ଆସିବେ । ଫିଲ୍ମରେ ତାଙ୍କ ସହ ହ୍ୟାଣ୍ଡସମ ଅଭିନେତା ଫରହାନ ଅଖତର ମୁଖ୍ୟ ଭୂମିକାରେ ଦେଖାଯିବେ । ଯାହାର ଫାଷ୍ଟ ଲୁକ ଜାରି କରିଛନ୍ତି ମେକର୍ସ ।
ପ୍ରିୟଙ୍କାଙ୍କୁ ଶେଷଥର 2016ରେ ଆସିଥିବା ଫିଲ୍ମ 'ଗଙ୍ଗାଜଲ'ରେ ଦେଖାଯାଇଥିଲା । କିନ୍ତୁ ଏବେ ସେ ପୁଣି ନିଜର ଦେଶୀ ଅନ୍ଦାଜ ନେଇ ବଲିଉଡରେ ଦେଖାଯିବେ । ଆଉ ଏହି ଫିଲ୍ମର ପ୍ରିମିୟର ଏବର୍ଷ ଟୋରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ରଖାଯିବ ବୋଲି ସୂଚନା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।