ଓଡିଶା

odisha

ETV Bharat / sitara

ବଲିଉଡକୁ ଚୀନ ପହଞ୍ଚାଇବେ ପ୍ରୀତି - work

ଚୀନ ସିନେ ବଜାରରେ ପହଞ୍ଚିବା ପାଇଁ ବଲିଉଡ ଫିଲ୍ମର ଡିଷ୍ଟ୍ରୁବ୍ୟୁଟ କରିବେ ପ୍ରୀତି ଜିଣ୍ଟା । ଏହି କାମ କରିବା ପାଇଁ ଏଟିସି ସହ ହାତ ମିଳାଇଛନ୍ତି ପ୍ରୀତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପ୍ରୀତି ଜିଣ୍ଟା

By

Published : Jun 21, 2019, 10:52 PM IST

ମୁମ୍ବାଇ: ବର୍ତ୍ତମାନ ଚୀନରେ ବଲିଉଡ ଫିଲ୍ମର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ ସିନେ ବଜାରରେ ବଲିଉଡର ଅନେକ ଫିଲ୍ମ ଜବରଦସ୍ତ ଆୟ କରିସାରିଛି । ଇତିମଧ୍ୟରେ ଅଭିନେତ୍ରୀ ଏବଂ ବିଜନେସ ଓମେନ ପ୍ରୀତି ଜିଣ୍ଟା ନିକଟରେ 'ଏବଭ ଦ କ୍ସାଉଡ୍ସ' ଅର୍ଥାତ୍ ଏଟିସି ସହ ହାତ ମିଳାଇଛନ୍ତି ।

ଏହି ପାର୍ଟନରଶିପ ଅନୁଯାୟୀ ଭାରତୀୟ ଫିଲ୍ମ ଚୀନ ସିନେ ବଜାରରେ ପହଞ୍ଚିବା ପାଇଁ ଡିଷ୍ଟ୍ରୁବ୍ୟୁଟ କରାଯିବ । ଏହି କଣ୍ଟେଣ୍ଟ ଭାରତୀୟ, ଏସିଆନ ଏବଂ ଗ୍ଲୋବାଲ ମାର୍କେଟ ପାଇଁ ପ୍ରସ୍ତୁତ କରାଯିବ ।

ଏହି ଅବସରରେ ପ୍ରୀତି କହିଛନ୍ତି କି ସେ ବହୁତ ଖୁସି ଅଛନ୍ତି କି ଏଟିସି ସହ ତାଙ୍କୁ କାମ କରିବାର ସୁଯୋଗ ମିଳିଥିବାରୁ । ଏହାସହ ତାଙ୍କୁ ନିଜର ଦୃଷ୍ଟିକୋଣ ଗ୍ଲୋବାଲ ମାର୍କେଟ ସହ ସେୟାର କରିବାର ସୁଯୋଗ ମିଳିଛି । ପଡୋଶୀ ହେବା ହିସାବରେ ଭାରତ ଓ ଚୀନର ସଂସ୍କୃତି ସଂଯୋଗ ହୋଇଛି ଏବଂ ଏହା ଆଗାମୀ ଭବିଷ୍ୟତରେ ଆହୁରି ମଜବୁତ ହେବ । ଆମର ଉଦ୍ଦେଶ୍ୟ ହିନ୍ଦୀ ଏବଂ ଇଂରାଜୀ ଦୁଇ ଭାଷାରେ ଫିଲ୍ମ, ଟିଭି ପାଇଁ କଣ୍ଟେଣ୍ଟ ପ୍ରଡ୍ୟୁସ କରିବା ଏବଂ ଯାହାର ଅପିଲ ଗ୍ଲୋବାଲ ହେବ ।

ପ୍ରକାଶ ଥାଉକି ଚୀନ ସିନେ ବଜାରରେ 'ଦଙ୍ଗଲ', 'ବାହୁବଳୀ', 'ସୁଲତାନ' ଭଳି ଫିଲ୍ମ ସୁପରହିଟ୍ ସାବ୍ୟସ୍ତ ହୋଇଛି । ଏହାସହ ଦୀର୍ଘ ସମୟରୁ ଅନେକ ବଲିଉଡ ଫିଲ୍ମ ଚୀନରେ ରିଲିଜ ହେବାରେ ଲାଗିଛି ।

ABOUT THE AUTHOR

...view details