ଓଡିଶା

odisha

ETV Bharat / sitara

ଚୁଲବୁଲ ପାଣ୍ଡେଙ୍କ ସହ ପ୍ରୀତିଙ୍କ ରୋମାନ୍ସ, ଦେଖନ୍ତୁ ଫଟୋ

‘ଦବଙ୍ଗ 3’ରେ ନଜର ଆସିପାରନ୍ତି ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଏହାପୂର୍ବରୁ ସେ ଚୁଲବୁଲ ପାଣ୍ଡେଙ୍କ ସହ ବିତାଇଲେ କିଛି ସମୟ। ଯାହାର ଅନେକ ଫଟୋ ସେୟାର କରି ଦର୍ଶକଙ୍କୁ ଦେଲେ ହିଣ୍ଟ।

By

Published : Nov 1, 2019, 2:16 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରୀତି ଜିଣ୍ଟା

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ‘ଦବଙ୍ଗ 3’ ଧିରେ ଧିରେ ପ୍ରଶଂସକଙ୍କ ଏକ୍ସାଇଟମେଣ୍ଟ ବଢାଇଚାଲିଛି । ଡିସେମ୍ବର 20ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ। ଏବେ ଠାରୁ ଫିଲ୍ମ ଖୁବ୍ ଚର୍ଚ୍ଚାରେ । ଇତିମଧ୍ୟରେ ପୁଣି ଦର୍ଶକଙ୍କ ଉତ୍ସାହ ବଢିଯାଇଛି । କାରଣ ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟା ଗୁରୁବାର ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ସରପ୍ରାଇଜ କରିଥିଲେ । ସେ ସଲମାନଙ୍କ ସହ ଏକ ଫଟୋ ସେୟାର କରି ଚର୍ଚ୍ଚାରେ ଆସିଛନ୍ତି । ତାଙ୍କର ଏହି ଫଟୋରୁ ଫ୍ୟାନ୍ସଙ୍କୁ ହିଣ୍ଟ ମିଳିଛି ଯେ ହୁଏତଃ ସେ ସଲମାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ 3’ରେ ଅତିଥି ଭୂମିକାରେ ନଜର ଆସିପାରନ୍ତି।

ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଫଟୋରେ ପ୍ରୀତି ମୁଣ୍ଡରେ ପୋଲିସ କ୍ୟାପ ଲଗାଇଥିବା ବେଳେ ସଲମାନ ଦବଙ୍ଗର ଚୁଲବୁଲ ପାଣ୍ଡେ ଅବତାରରେ ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ ଫଟୋରେ ପ୍ରୀତି, ସଲମାନଙ୍କ ସହ କାନ୍ଧରେ ହାତ ପକାଇ ଠିଆ ହୋଇଥିବାର ଦେଖାଯାଉଛନ୍ତି ।

ଫଟୋକୁ ସେୟାର କରି ପ୍ରୀତି କ୍ୟାପସନରେ ଲେଖିଛନ୍ତି, ‘ଏଠାରେ କିଛି ବି ହେଉପାରେ । ଦବଙ୍ଗ 3 ସୁଟିଂ ସେଟରେ କିଛି ମସ୍ତି ଏବଂ ପାଗଳାମୀ ।’ ପ୍ରୀତି ତିନୋଟି ଫଟୋ ସହ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସଲମାନ କହୁଛନ୍ତି, ‘ପୋଲିସବାଲି ଦେଖା କରିବାକୁ ଆସୁଛନ୍ତି ସ୍ବାଗତ ତ କରିବାକୁ ପଡିବ।’

ପ୍ରକାଶ ଥାଉକି ଏହାପୂର୍ବରୁ ସଲମାନ ଓ ପ୍ରୀତି ଏକାଠି ‘ଚୋରି ଚୋରି ଚୁପକେ ଚୁପକେ’, ‘ଜାନ-ଏ-ମାନ’ ଏବଂ ‘ହର ଦିଲ୍ ଯୋ ପ୍ୟାର କରେଗା’ରେ କାମ କରିସାରିଛନ୍ତି।

ABOUT THE AUTHOR

...view details