ମୁମ୍ବାଇ:ବଲିଉଡ଼ ଅଭିନେତ୍ରୀ ତଥା ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କ ଘରେ ଖେଳିଯାଇଛି ଖୁସିର ଲହରୀ । ୪୬ ବର୍ଷ ବୟସରେ ପ୍ରୀତି ଘରକୁ ୨ଟି ଯାଆଁଳ ସନ୍ତାନକୁ ସ୍ବାଗତ କରିଛନ୍ତି । ତେବେ ସେ ଏହି ଖୁସି ଖବରକୁ ସୋସିଆଲ ମିଡ଼ିଆ ଜରିଆରେ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ।
ପ୍ରୀତି ଜିଣ୍ଟା ସୋସିଆଲ ମିଡ଼ିଆରେ ହବି ଜିନ ଗୁଡଏନଫଙ୍କ ସହିତ ଏକ ଫଟୋ ସେୟାର କରି ଏ ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି । ସରୋଗେସୀ ପଦ୍ଧତିରେ ୨ଟି ଯାଆଁଳ ସନ୍ତାନକୁ ସ୍ବାଗତ କରିଛନ୍ତି ଦୁହେଁ । ସେ ନିଜ ୨ ସନ୍ତାନଙ୍କ ମଧ୍ୟରୁ ଜଣଙ୍କ ନାଁଜୟ ଜିଣ୍ଟା ଗୁଡଏନଫ ଓ ଅନ୍ୟ ଜଣଙ୍କ ନାମ ଜିୟା ଜିଣ୍ଟା ଗୁଡଏନଫ ରଖିଛନ୍ତି ।
ଏ ସମ୍ପର୍କରେ ପ୍ରୀତି ନିଜ ପୋଷ୍ଟରେ ଲେଖିଛନ୍ତି ଯେ, "ମୁଁ ଆଜି ଆପଣଙ୍କ ସହିତ ଏକ ଖୁସି ଖବର ସେୟାର କରିବାକୁ ଯାଉଛି । ମୁଁ ଆଉ ଜିନ ବହୁତ ଖୁସି ଅଛୁ । କାରଣ ଆମ ଘରକୁ ଆସିଛନ୍ତି ୨ଟି ଯାଆଁଳ ଶିଶୁ ଜୟ ଜିଣ୍ଟା ଗୁଡଏନଫ (Jai Zinta Goodenough) ଓ ଜିୟା ଜିଣ୍ଟା ଗୁଡଏନଫ(Jia Zinta Goodenough)। "