ଓଡିଶା

odisha

By

Published : Jul 3, 2019, 11:10 PM IST

ETV Bharat / sitara

ସେପ୍ଟେମ୍ବରରେ ସଞ୍ଜୟଙ୍କ ‘ପ୍ରସ୍ଥାନମ୍’

ଖୁବ ଶୀଘ୍ର ଫିଲ୍ମ ‘ପ୍ରସ୍ଥାନମ୍’ ଜରିଆରେ ପରଦାରେ ନଜର ଆସିବେ ସଞ୍ଜୟ ଦତ୍ତ । ସେପ୍ଟେମ୍ବର 20ରେ ରିଲିଜ ହେବ ସଞ୍ଜୟଙ୍କ ପ୍ରଯୋଜନାରେ ତିଆରି ହୋଇଥିବା ଫିଲ୍ମ ତେଲୁଗୁ ଫିଲ୍ମ ‘ପ୍ରସ୍ଥାନମ୍’ର ହିନ୍ଦି ରିମେକ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ‘ପ୍ରସ୍ଥାନମ୍’ ସେପ୍ଟେମ୍ବର 20ରେ ରିଲିଜ କରାଯିବ । ଫିଲ୍ମଟି ଦେବା କୋଟାଙ୍କ ତେଲୁଗୁ ଫିଲ୍ମର ହିନ୍ଦି ରିମେକ । ତେଲୁଗୁରେ ମଧ୍ୟ ଫିଲ୍ମର ନାମ ‘ପ୍ରସ୍ଥାନମ୍’ ରଖାଯାଇଥିଲା । ତାରିଖକୁ ସଞ୍ଜୟ ଦତ୍ତ ଟ୍ବିଟରରେ ସେୟାର କରିବା ସହ ମୋସନ ପୋଷ୍ଟର ମଧ୍ୟ ରିଲିଜ କରିଥିଲେ ।

ଫଟୋ ସୌଜନ୍ୟ: ଟ୍ବିଟର/@duttsanjay

ଫିଲ୍ମରେ ଖଳନାୟକ ସଞ୍ଜୟ ଦତ୍ତଙ୍କ ସହ ମନିଷା କୋରେଲା, ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ଅମୈରା ଦସ୍ତୁର, ଅଲ୍ଲୀ ଫଜାଲ ଆଦି ନଜର ଆସିବେ ବୋଲି ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ସୂଚନା ଦେଇଛନ୍ତି । ଫିଲ୍ମର ସୁଟିଂ ଗତ ବର୍ଷ ଆରମ୍ଭ କରାଯାଇଥିଲା । 2011 ପରେ ସଞ୍ଜୟ ଦତ୍ତ ଏହି ଫିଲ୍ମ ଜରିଆରେ ପ୍ରଯୋଜନା କ୍ଷେତ୍ରରେ ପୁଣି ଫେରିଛନ୍ତି ।


ଶେଷ ଥର ପାଇଁ ‘ରାସକଲ’ଫିଲ୍ମକୁ ପ୍ରଯୋଜନା କରିଥିଲେ ସଞ୍ଜୟ ଦତ୍ତ । ପ୍ରକାଶ ଥାଉକି, ‘ପ୍ରସ୍ଥାନମ୍’ ବ୍ୟତୀତ ‘ସଡକ-2’ରେ ମଧ୍ୟ ନଜର ଆସିବେ ସଞ୍ଜୟ । ଶେଷ ଥର ପାଇଁ ଫିଲ୍ମ ‘କଳଙ୍କ’ରେ ସେ ନଜର ଆସିଥିଲେ ।

ABOUT THE AUTHOR

...view details