ଓଡିଶା

odisha

ETV Bharat / sitara

ଓଜନ କମାଇଲେ ବାହୁବଳୀ

ଚର୍ଚ୍ଚାରେ ବର୍ତ୍ତମାନ ବାହୁବଳୀ ଅଭିନେତାଙ୍କ 'ସାହୋ' ଫିଲ୍ମ । ଫିଲ୍ମଟି ଆକ୍ସନ ବେସ୍ଡ ହୋଇଥିବାକୁ ପ୍ରଭାସ ନିଜ ଫିଟନେସକୁ ନେଇ ଅଛନ୍ତି ବହୁତ ସିରିୟସ ।

By

Published : Mar 14, 2019, 2:43 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: 'ବାହୁବଳୀ'ର ହ୍ୟୁଜ ସଫଳତା ପରେ ତେଲୁଗୁ ସୁପରଷ୍ଟାର ପ୍ରଭାସ ଏବେ ନିଜର ଆଗାମୀ ଆକ୍ସନ ଫିଲ୍ମ 'ସାହୋ' ସହ ପ୍ରଶଂସକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ । ଆଉ ଫିଲ୍ମ 'ବାହୁବଳୀ' ପରି 'ସାହୋ'ରେ ମଧ୍ୟ ପ୍ରଶଂସକଙ୍କ ମନ ଜିତିବାକୁ ପ୍ରଭାସ କରିଛନ୍ତି କଠିନ ପରିଶ୍ରମ ଓ କମାଇଛନ୍ତି ନିଜର ଓଜନ ।

କିଛିଦିନ ପୂ୍ର୍ବରୁ 'ସାହୋ' ନିର୍ମାତା ପ୍ରଭାସଙ୍କ ଜନ୍ମଦିନରେ ଫିଲ୍ମ ମେକିଂର ଏକ ଝଲକ 'ସେଡସ୍ ଅଫ ସାହୋ' ରିଲିଜ କରିଥିଲେ । ଯେଉଁଥିରେ ପ୍ରଭାସ ଶାନଦାର ଆକ୍ସନ ଦେଖି ଦର୍ଶକ ଫିଲ୍ମଟି ଦେଖିବାକୁ ଖୁବ ଏକ୍ସାଇଟେଡ ।

ଫିଲ୍ମଟି ଆକ୍ସନ ବେସ୍ଡ ହୋଇଥିବାକୁ ପ୍ରଭାସ ନିଜ ଫିଟନେସକୁ ନେଇ ଅଛନ୍ତି ବହୁତ ସିରିୟସ । ପ୍ରଭାସ ଜଣେ ଫୁଡି ହୋଇଥିଲେ ମଧ୍ୟ ଏବେ ସେ ପ୍ରାୟ 7ରୁ 8 କେଜି କମାଇଛନ୍ତି । ଶରୀର ଓଜନ କମାଇବା ପାଇଁ ପ୍ରଭାସଙ୍କର ଏକ ସ୍ବତନ୍ତ୍ର ଡାଏଟ ପ୍ଲାନ ମଧ୍ୟ ତିଆରି କରାଯାଇଥିଲା । ନିଜ ବଡିକୁ ଅଧିକ ଟୋନ କରିବା ପାଇଁ ସେ ଜିମରେ ଅଧିକରୁ ଅଧିକ ସମୟ କସରତ କରୁଥିବାର ଦେଖାଯାଇଛନ୍ତି ।

ଯଦି ଫିଲ୍ମ 'ସାହୋ' ବିଷୟରେ କଥା ହେବା ତେବେ ଏହା ଭାରତର ପ୍ରଥମ ବହୁଭାଷୀ ଫିଲ୍ମ, ଯାହାକୁ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ଏକାଠି ସୁଟ କରାଯାଇଛି । କିଛି ଦିନ ପୂର୍ବରୁ ଫିଲ୍ମର ଏକ ଆକ୍ସନ ସିନ ଆବୁଧାବୀରେ ସୁଟିଂ ହୋଇଥିଲା । ଏହି ସିନ ସୁଟ କରିବା ପାଇଁ 90 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।


ଫିଲ୍ମରେ ପ୍ରଭାସଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବା ସହ ଅଭିନେତା ନୀଲ ନୀତିନ ମୁକେଶ, ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ, ମହେଶ ମାଞ୍ଜରେକର ଓ ଚଙ୍କି ପାଣ୍ଡେ ମଧ୍ୟ ନଜର ଆସିବେ । ସୁଜିତଙ୍କ ନିର୍ଦ୍ଦେଶିତ ଓ ଭୂଷଣ କୁମାରଙ୍କ ଟି-ସିରିଜ ଦ୍ବାରା ପ୍ରଯୋଜିତ ଏହି ଫିଲ୍ମ 'ସାହୋ' ।

For All Latest Updates

ABOUT THE AUTHOR

...view details