ଓଡିଶା

odisha

'ସ୍ପିରିଟ'ରେ ନଜର ଆସିବେ ପ୍ରଭାସ, ରିଲିଜ ହେଲା ପ୍ରଥମ ପୋଷ୍ଟର

By

Published : Oct 7, 2021, 1:10 PM IST

ଆଗକୁ ଆସୁଛି ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ 'ସ୍ପିରିଟ' । ଟ୍ବିଟ କରି ସୂଚନା ଦେଲେ ପ୍ରଭାସ । ଅଧିକ ପଢନ୍ତୁ...

Prabhas announces his 25th film 'Spirit' with Sandeep Reddy Vanga
'ସ୍ପିରିଟ'ରେ ନଜର ଆସିବେ ପ୍ରଭାସ, ରିଲିଜ ହେଲା ପ୍ରଥମ ପୋଷ୍ଟର

ମୁମ୍ବାଇ: ଆଗକୁ ଆସୁଛି ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ନୂଆ ଫିଲ୍ମ 'ସ୍ପିରିଟ' । ସନ୍ଦିପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ 'ସ୍ପିରିଟ'ରେ ନଜର ଆସିବେ ପ୍ରଭାସ । ଏହା ପ୍ରଭାସଙ୍କ ୨୫ତମ ଚଳଚ୍ଚିତ୍ର । ଏହି ସିନେମାର ନିର୍ଦ୍ଦେଶନା ଭାର ଭୂଷଣ କୁମାର ନେଇ ଥିବାବେଳେ ଟି-ସିରିଜ୍ ବ୍ୟାନର ଏବଂ ଭଦ୍ରକାଳି ପିକ୍ଚରେ ନିର୍ମାଣ ହେବ । ପ୍ରଭାସ ଏନେଇ ପୋଷ୍ଟ କରି କହିଛନ୍ତି ଯେ, 'ଏହା ମୋର ୨୫ତମ ଚଳଚ୍ଚିତ୍ର । 'ସ୍ପିରିଟ' ମୋ ପାଇଁ ଏକ ବିରାଟ ଅନୁଭୂତି, ମୋର ଫ୍ୟାନ୍ସମାନଙ୍କ ପାଇଁ ମଧ୍ୟ ଏକ ସ୍ପେଶାଲ ଫିଲ୍ମ ।'

'ସ୍ପିରିଟ'ରେ ନଜର ଆସିବେ ପ୍ରଭାସ, ରିଲିଜ ହେଲା ପ୍ରଥମ ପୋଷ୍ଟର

ଏଥିସହ ପ୍ରଭାସ ମଧ୍ୟ କହିଛନ୍ତି ଯେ, ' ମୋତେ ଭୂଷଣ କୁମାରଙ୍କ ସହ କାମ କରିବା ପାଇଁ ବହୁତ ସହଜ ଲାଗେ, ସେ ଜଣେ ଶ୍ରେଷ୍ଠ ପ୍ରୋଯୋଜକ ମଧ୍ୟ । ସନ୍ଦିପ ଜଣେ ସ୍ବପ୍ନର ନିର୍ଦ୍ଦେଶକ । ଏପରି ଏକ ପ୍ରତିଭା ଭଣ୍ଡାରରେ କାମ କରିବାକୁ ମୋତେ ସୁଯୋଗ ମିଳିଛି । 'ସ୍ପିରିଟ' ଏକ ଆକର୍ଷଣୀୟ ଷ୍ଟୋରୀ । ଏଥିରେ କାମ କରିବା ପାଇଁ ମୁଁ ବେଶ୍ ଉତ୍ସାହିତ ଅଛି । ମୋ ଫ୍ୟାନ୍ସ ମଧ୍ୟ ଅନେକ ଦିନ ପରେ ମୋତେ ଏକ ଅବତାରରେ ଦେଖିବାକୁ ପାଇବେ ।

ସେହିପରି ନିର୍ଦ୍ଦେଶକ ସନ୍ଦିପ ମଧ୍ୟ ଖୁସିବ୍ୟକ୍ତି କରି କହିଛନ୍ତି ଯେ, 'ସୁପରଷ୍ଟାର୍ ପ୍ରଭାସଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ ଖବର । ଆଗକୁ ଆସୁଛି ପ୍ରଭାସଙ୍କ 'ସ୍ପିରିଟ' ଫିଲ୍ମ । ପ୍ରଭାସଙ୍କ ସହ କାମ କରିବାକୁ ବେଶ୍ ଉତ୍ସାହିତ ଅଛି, ଯେତେବେଳେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବେ ସେତେବେଳେ ଖୁସି ଆହୁରି ଦ୍ବିଗୁଣିତ ହୋଇଯିବ । ଏହି ଫିଲ୍ମରେ ସବୁକିଛି ସ୍ପେଶାଲ ରହିଛି କାରଣ ଭୂଷଣଜୀ ଏଥିରେ ପ୍ରଯୋଜନା ଦେଉଛନ୍ତି, ଯିଏକ ଭାରତର ଜଣେ ପ୍ରସିଦ୍ଧ ପ୍ରଯୋଜକ ଏବଂ ବହୁତ ମେଳାପୀ । ସେ ଜଣେ ମୋର ଭାଇ ପରି । ଟି-ସିରିଜ୍ ଏବଂ ମୋ ଭାଇ ପ୍ରଣୟ ରେଡ୍ଡି ଭଙ୍ଗାଙ୍କ ଭଦ୍ରକାଳି ପିକ୍ଚର୍ସରେ ୩ୟ ଥର ପାଇଁ କାମ କରିବାର ସୁଯୋଗ ପାଇଥିବାରୁ ବେଶ୍ ଉତ୍ସାହିତ ଅଛି ।'

ତେବେ 'ସ୍ପିରିଟ' ହିନ୍ଦି ସମେତ ତେଲୁଗୁ, ତାମିଲି, ମାଲୟଲାମ, କନ୍ନଡ, ଜାପାନିଜ, ଚାଇନିଜ ଏବଂ କୋରିଆନ ଭାଷାରେ ରିଲିଜ୍ ହେବ ।

@ANI

ABOUT THE AUTHOR

...view details