ଓଡିଶା

odisha

ETV Bharat / sitara

ଫିକା ପଡିଲା ‘ସାହୋ’

ଚର୍ଚ୍ଚିତ ଫିଲ୍ମ ‘ସାହୋ’କୁ ନେଇ ନିରାଶ ମେକର୍ସ । 300 କୋଟିରେ ପହଞ୍ଚି ପାରିଲାନି ଏହି ଫିଲ୍ମ । ‘ପଦ୍ମାବତ’ ଫିଲ୍ମ ସାମ୍ନାରେ ଫିକା ‘ସାହୋ’ ।

By

Published : Sep 19, 2019, 7:16 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ ଫ୍ୟାନକ୍ଲବ

ମୁମ୍ବାଇ: ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’ର ରିଲିଜକୁ ତିନି ସପ୍ତାହ ପୂରଣ ହୋଇସାରିଲାଣି । ସୁଜିତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚାରୋଟି ଭାଷାରେ ରିଲିଜ ହୋଇଥିଲା । ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମଲାୟଲମ ଭାଷାରେ ‘ସାହୋ’କୁ ଦେଶ ଏବଂ ବିଦେଶରେ ରିଲିଜ କରାଯାଇଥିଲା । ରିଲିଜ ପୂର୍ବରୁ ଏହି ଫିଲ୍ମକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । ଆଉ ସମସ୍ତଙ୍କୁ ଲାଗୁଥିଲା ଯେ ଫିଲ୍ମ ଏବର୍ଷର ସବୁଠାରୁ ବଡ ହିଟ୍ ଫିଲ୍ମ ହେବ । କିନ୍ତୁ ରିଲିଜ ପରେ ‘ସାହୋ’ର କାହାଣୀ ଦର୍ଶକଙ୍କୁ ଖାସ୍ ପସନ୍ଦ ଆସିନଥିଲା । ଯାହାଦ୍ବାରା ଏହି ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।

ଖାଲି ଏତିକି ନୁହେଁ ତିନି ସପ୍ତାହରେ ମଧ୍ୟ ‘ସାହୋ’ 300 କୋଟି ଆୟ କରିବାରେ ବିଫଳ ହୋଇଛି । ଯାହାକୁ ନେଇ ଅସନ୍ତୋଷ ମେକର୍ସ । ଫିଲ୍ମଟି ଏଯାବତ 291.41 କୋଟି ଟଙ୍କା ଆୟ କରିଛି । ଖାଲି ଏତିକି ନୁହେଁ ରଣବୀର ସିଂ, ଦୀପିକା ପାଦୁକୋନ ଓ ଶାହିଦ କପୁରଙ୍କ ଫିଲ୍ମ ‘ପଦ୍ମାବତ’ ଆୟ ତୁଳନାରେ ପଛରେ ରହିଯାଇଛି ‘ସାହୋ’ । ପ୍ରକାଶ ଥାଉକି ‘ପଦ୍ମାବତ’ ଫିଲ୍ମଟି 295 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଥିଲା ।

ଭାରତରେ ‘ସାହୋ’ର ହିନ୍ଦୀ ଭର୍ସନ 150 କୋଟି ଟଙ୍କା ଆୟ କରିଛି । ସେହିପରି ରିଲିଜର ପ୍ରଥମ ସପ୍ତାହରେ ଫିଲ୍ମଟି 253.17 କୋଟି ଆୟ କରିଥିବା ବେଳେ ଦ୍ବିତୀୟ ସପ୍ତାହରେ ଆୟରେ କ୍ଷତି ଦେଖିବାକୁ ମିଳିଥିଲା । ମାତ୍ର 35.24 କୋଟି ହିଁ ଆୟ କରିଥିଲା ଫିଲ୍ମ । ଅନ୍ୟପଟେ ତୃତୀୟ ସପ୍ତାହରେ ମଧ୍ୟ ଫିଲ୍ମ 4 କୋଟି ଆୟ କରି ଏବେ 292.41 କୋଟି କରିବାରେ ସଫଳ ହୋଇଛି । ଫିଲ୍ମଟି ଦେଶରେ ଫ୍ଲପ ହୋଇଥିବା ବେଳେ ବିଦେଶରେ ହିଟ୍ ସାବ୍ୟସ୍ତ ହୋଇଛି । କାରଣ ବିଶ୍ବ ସ୍ତରରେ ଫିଲ୍ମଟି 401 କୋଟି ଟଙ୍କା ଆୟ କରିଛି ।

‘ସାହୋ’ ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ନିଲ ନିତିନ ମୁକେଶ, ଅରୁନ ବିଜୟ, ଚଙ୍କି ପାଣ୍ଡେ, ଜ୍ୟାକି ଶ୍ରଫ, ମହେଶ ମାଞ୍ଜରେକର, ମନ୍ଦିରା ବେଦୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ଅଗଷ୍ଟ 30ରେ ରିଲିଜ ହୋଇଥିଲା ।

ABOUT THE AUTHOR

...view details