ମୁମ୍ବାଇ: ଦୀର୍ଘ ୬୫ ଦିନ ପରେ ଜେଲରୁ ବାହାରିଲେ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା । ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଥିଲେ ରାଜ୍ । ଗତକାଲି କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ । 50 ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକା ବଦଳରେ ଜାମିନ ପାଇଥିଲେ ରାଜ । ତେବେ ଜାମିନ ମିଳିବାର ଗୋଟିଏ ଦିନ ପରେ ମାନେ ଆଜି (ମଙ୍ଗଳବାର) ଜେଲରୁ ବାହାରିଛନ୍ତି ରାଜକୁନ୍ଦ୍ରା । କୁନ୍ଦ୍ରାଙ୍କ ସହଯୋଗୀ ରିଆନ ଥର୍ପେଙ୍କୁ ମଧ୍ୟ କୋର୍ଟ ଜାମିନ ପ୍ରଦାନ କରିଥିଲେ ।
Pornography Case: 65 ଦିନ ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା
ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରା ଗତକାଲି ଜାମିନ ପାଇବା ପରେ ଆଜି ୬୫ ଦିନ ପରେ ଜେଲରୁ ବାହାରିଛନ୍ତି । ଅଧିକ ପଢନ୍ତୁ...
Pornography Case: ଜାମିନ ପରେ ଜେଲରୁ ବାହାରିଲେ ରାଜକୁନ୍ଦ୍ରା
ଅଶ୍ଳୀଳ ଭିଡିଓ ସୁଟି କରି ଏହାକୁ OTT ପ୍ଲାଟଫର୍ମରେ ରିଲିଜ କରିବା ମାମଲାରେ ଜୁଲାଇ ୧୯ରେ ଗିରଫ ହୋଇଥିଲେ ରାଜକୁନ୍ଦ୍ରା । ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ରାଜକୁନ୍ଦ୍ରାଙ୍କୁ ଗିରଫ କରିଥିଲା । ଏହି ମାମଲାରେ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ