ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଏକ୍ସଗାର୍ଲଫ୍ରେଣ୍ଡ ତଥା ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଥିଲେ । ଏହାସହ ସେ ତାଙ୍କ ପରିବାରକୁ ସବୁବେଳେ ସମର୍ଥନ କରୁଥିବାର ମଧ୍ୟ ଦେଖାଯାଇଥିଲେ । ଯାହାର ପ୍ରଶଂସା କରୁଥିଲେ ଫ୍ୟାନ୍ସ । ହେଲେ ଏବେ ସେ ସୁଶାନ୍ତଙ୍କ ଫ୍ୟାନ୍ସ ଦ୍ବାରା ଟ୍ରୋଲ ହେବାରେ ଲାଗିଛନ୍ତି । ଶନିବାର ଦିନ ଦିବଙ୍ଗତ ଅଭିନେତାଙ୍କ ଅନେକ ପ୍ରଶଂସକ ଅଙ୍କିତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଆଉ ଅଭିଯୋଗ କରିଛନ୍ତି ଯେ ଅଙ୍କିତା ଜୀବନରେ ଆଗକୁ ବଢିସାରିଲେଣି ଏବଂ ସୁଶାନ୍ତଙ୍କ ନ୍ୟାୟ ପ୍ରତି ଆଉ ଆଗ୍ରହୀ ନୁହଁନ୍ତି ।
କଥାଟି ହେଲା ଯେ ନିକଟରେ ଅଙ୍କିତା ନିଜର ଏକ ହାପି ଭିଡିଓ ପୋଷ୍ଟ କରିଥିଲେ । ଯାହା ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କ ଫ୍ୟାନ୍ସ ରାଗି ଯାଇ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଜଣେ ଫ୍ୟାନ କମେଣ୍ଟ କରି ଲେଖିଥିଲେ,‘ସୁଶାନ୍ତ ସାର୍ଙ୍କୁ ଭୁଲି ଗଲେଣି ଆପଣ ।’