ମୁମ୍ବାଇ: କଳା ଜଗତରୁ ଆଉ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କେହି ଭୁଲିନାହାଁନ୍ତି । ଆଉ ଇତିମଧ୍ୟରେ ଟିଭିର ଫେମସ ଆକ୍ଟର ସମୀର ଶର୍ମା ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ତାଙ୍କ ମୃତ ଶରୀର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଛି । ଏଯାବତ ତାଙ୍କ ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିନାହିଁ ।
ସମୀର ମୁମ୍ବାଇ ସ୍ଥିତ ମଲାଡରେ ଏକୁଟିଆ ନିଜ ଘରେ ରହୁଥିଲେ । ପତ୍ନୀ ଫୋନରେ ତାଙ୍କ ସହ ସମ୍ପର୍କ ନକରିପାରିବାରୁ ତାଙ୍କୁ ସନ୍ଦେହ ହୋଇଥିଲା । ଯାହାପରେ ସେ ନିଜ ବନ୍ଧୁଙ୍କୁ କଲ କରି ସମୀରଙ୍କ ପାଖରୁ ଯିବାକୁ କହିଥିଲେ । ସମୀରଙ୍କ ଘରେ ପହଞ୍ଚି ବନ୍ଧୁ ତାଙ୍କୁ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ ।