ଓଡିଶା

odisha

ETV Bharat / sitara

ଖୋଲୁଛି ଗ୍ଲାମର ଦୁନିଆର ଗୁମର, ସାଙ୍ଘାତିକ ଅଭିଯୋଗ ଆଣିଲେ ଚେତନ ଭଗତ

ସୋସିଆଲ ମିଡିଆରେ ଚେତନ ଭଗତ ଓ କ୍ରିଟିକ ତଥା ବିଧୁ ବିନୋଦ ଚୋପ୍ରାଙ୍କ ପତ୍ନୀ ଅନୁପମାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 23, 2020, 6:20 AM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ମନୋରଞ୍ଜନ ଜଗତରେ ଭିନ୍ନ ଭିନ୍ନ ଯୁକ୍ତିତର୍କ ଦେଖିବାକୁ ମିଳୁଛି । ସୁଶାନ୍ତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ବିତିସାରିଲାଣି । ହେଲେ ଏଯାବତ ତାଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ବାସ କରିପାରୁନାହିଁନ୍ତି। ଏହି ମାମଲାରେ ଫେସମ ଲେଖକ ଚେତନ ଭଗତ ଟ୍ବିଟରରେ ସୁଶାନ୍ତଙ୍କ ଶେଷ ଫିଲ୍ମ ଉପରେ ଏକ ପୋଷ୍ଟ କରିଥିଲେ । ହେଲେ ଏହି ଟ୍ବିଟରେ ଯେବେ ଫେମସ ନିର୍ମାତା ବିଧୁ ବିନୋଦ ଚୋପ୍ରାଙ୍କ ପତ୍ନୀ ଜବାବ ଦେଇଥିଲେ, ତାହାକୁ ନେଇ କ୍ରୋଧିତ ହୋଇଯାଇଥିଲେ ଚେତନ । ତେବେ ଆସନ୍ତୁ ଜାଣିବା ପୁରା ମାମଲା...

କଥାଟି ହେଲା ଯେ ଚେତନ ଟ୍ବିଟରେ ଲେଖିଥିଲେ, ‘ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଏହି ସପ୍ତାହରେ ରିଲିଜ ହେବ। ମୁଁ ସବୁ ଗର୍ବିତ ଓ ଅଭିଜାତ୍ୟ ଫିଲ୍ମ ସମୀକ୍ଷକଙ୍କୁ କହିବାକୁ ଚାହୁଁଛି ଯେ ବୁଝିବା ଲୋକଙ୍କ ପରି ପ୍ରତିକ୍ରିୟା ଦେବେ। ଓଭରସ୍ମାର୍ଟ ହେବ ନାହିଁ । ଫାଲତୁ ଜିନିଷ ଲେଖିବେ ନାହିଁ । ନିରପେକ୍ଷ ଏବଂ ବୁଝିଲା ମଣିଷ ସାଜନ୍ତୁ । ନିଜ ବେକାର ଉପାୟକୁ ବ୍ୟବହାର କରିବେ ନାହିଁ । ସେମିତି ଅନେକଙ୍କ ଜୀବନ ଆପଣ ଖରାପ କରିସାରିଲେଣି । ଏବେ ରହିଯାଆନ୍ତୁ । ଆମକୁ ଦେଖିବାକୁ ଦିଅ।’

ତାଙ୍କର ଏହି ଟ୍ବିଟ ଭାଇରାଲ ହେବା ପରେ ଅନେକ କ୍ରିଟିକ୍ସ ଏବଂ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସେହିପରି ବିଧୁଙ୍କ ପତ୍ନୀ ତଥା ଫିଲ୍ମ କ୍ରିଟିକ ଅନୁପମା ଚୋପ୍ରା ମଧ୍ୟ ଏହି ଟ୍ବିଟରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ । ସେ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି, ‘ଯେତେଥର ଆପଣ ଭାବୁଛନ୍ତି କି କଥାବାର୍ତ୍ତାର ସ୍ତର ଏହାଠୁ ତଳକୁ ଖସିପାରିବ ନାହିଁ । ହେଲେ ସେତିକିଥର ଏମିତି ହେଉଛି।’ ଏହାପରେ ମଧ୍ୟ ଚେତନ ଜବାବ ଦେଇ ଅନୁପମାଙ୍କୁ ଟାର୍ଗେଟ କରିଛନ୍ତି ।

ଆଉ ଲେଖିଛନ୍ତି, ‘ମ୍ୟାମ ଆପଣଙ୍କ ସ୍ବାମୀ ମତେ ସମସ୍ତଙ୍କ ସାମ୍ନାରେ ଧମକାଇଥିଲେ । ଲଜ୍ୟାହୀନ ବ୍ୟକ୍ତି ପରି ବେଷ୍ଟ ଷ୍ଟୋରୀ ଆୱାର୍ଡ ନିଜ ନାମରେ ଏକଜୁଟ କରିଥିଲେ । ମତେ ମୋ କାହାଣୀର ଶ୍ରେୟ ଦେବାକୁ ମନା କରିଥିଲେ । ଆଉ ମତେ ଆତ୍ମହତ୍ୟା କରିବାକୁ ଉସକାଇ ଥିଲେ । ସେହି ସମୟରେ ଆପଣ କେବଳ ନାଟକ ଦେଖୁଥିଲେ । ଜ୍ଞାନ କୁଆଡେ ଯାଇଥିଲା ଆପଣଙ୍କର।’

ଇଟିଭି ଭାରତ ବ୍ୟୁରୋ ରିପୋର୍ଟ

ABOUT THE AUTHOR

...view details