ଓଡିଶା

odisha

ETV Bharat / sitara

ତାମିଲ ଇଣ୍ଡଷ୍ଟ୍ରିରେ ବି ସୁଶାନ୍ତଙ୍କ ଭଳି କଳାକାର ଅଛନ୍ତି !

ତାମିଲ ଇଣ୍ଡଷ୍ଟ୍ରିର କଳା ସତ ସାମ୍ନାକୁ ଆଣିଲେ ଫେମସ କଷ୍ଟ୍ୟୁମ ଡିଜାଇନ ବାସୁକୀ ଭାସ୍କର । ଯେ ଏକ ଟ୍ବିଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Jun 25, 2020, 10:59 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଚାଲିଥିବା ପରିବାରବାଦ, ବଂଶବାଦକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି । ଅନେକ ଫେମସ ଷ୍ଟାର୍ସଙ୍କ ଉପରେ ଏହି ଅଭିଯୋଗ ଲଗାଇଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ, କିଛି ସେଲିବ୍ରିଟି ଓ ରାଜନେତା । ସୋସିଆଲ ମିଡିଆରେ ଧିରେ ଧରେ କରି ଅନେକ ସେଲିବ୍ରିଟି ପରିବାରଦାବକୁ ନେଇ ମୁହଁ ଖୋଲିବାରେ ଲାଗିଛନ୍ତି । ଇତିମଧ୍ୟରେ ସାଉଥର ଫେମସ ଫ୍ୟାଶନ ଓ କଷ୍ଟ୍ୟୁମ ଡିଜାଇନର ବସୁକୀ ଭାସ୍କର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି ।

ସେ ଟ୍ବିଟରେ ଲେଖିଛନ୍ତି, ‘ଆମ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁଶାନ୍ତ ସିଂ ରାଜପୁତ ଅଛନ୍ତି । ଯେଉଁମାନଙ୍କୁ ନା କୌଣସି ପେମେଣ୍ଟ ମିଳୁଛି ନା ସମର୍ଥନ ନା ସମ୍ମାନ । କିଛି ଲୋକ ଏହା ବିଷୟରେ ମତେ ଜଣାଇଛନ୍ତି । କିଛି ଲୋକ ଚୁପ ରହୁଛନ୍ତି ଆଉ ଏପରି ର୍ଦୁବ୍ୟବହାର ଶିକାର ହୋଇଛନ୍ତି ।’

ଡିଜାଇନଙ୍କ ଏହି ଟ୍ବିଟକୁ ଆଧାର କରି ଅନେକ ୟୁଜର୍ସ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ବାସୁକୀଙ୍କ ଏପରି ଟ୍ବିଟ ପରେ ଜଣାପଡୁଛି ଯେ କେବଳ ବଲିଉଡରେ ନୁହେଁ ସବୁ ଇଣ୍ଡଷ୍ଟ୍ରିରେ ପରିବାରବାଦ, ମାଫିଆଗିରି, ଗୁଣ୍ଡରାଜ ଚାଲିଛି ।

ABOUT THE AUTHOR

...view details