ମୁମ୍ବାଇ: ପ୍ରଥମଥର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ ବଟମ’ରେ ନଜର ଆସିବେ ସେକ୍ସୀ ଅଭିନେତ୍ରୀ ବାଣୀ କପୁର । ଯାହାକୁ ନେଇ ସେ ଏକ୍ସାଇଟେଡ ଅଛନ୍ତି । କାରଣ ସେ ପ୍ରଥମଥର ଅକ୍ଷୟଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ନିକଟରେ ଫିଲ୍ମର ଷ୍ଟାରକାଷ୍ଟ ୟୁକେରେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ଅକ୍ଷୟଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଆସିଛନ୍ତି ।
ସେ ଏକ ସାକ୍ଷାତକାରେ ଅକ୍ଷୟଙ୍କୁ ନିଜର ଆଇଡଲ କହି ଆଲୋଚନା କରିଥିଲେ, ‘ଅକ୍ଷୟ ସାର୍ ସବୁ କ୍ଷେତ୍ରରେ ସୁପରଷ୍ଟାର । ସେ ଏପରି ଚିତ୍ତାକର୍ଷକ ଅଭିନେତା ଏବଂ ମୁଁ ତାଙ୍କ ସହ ସ୍କ୍ରିନ୍ ସେୟାର କରି କୃତଜ୍ଞ ଅଛି । ସେ ଜଣେ ଶାନଦାର ଅଭିନେତା । ସେ ଆକ୍ସନ, କମେଡି, ରୋମାନ୍ସ, ଥ୍ରିଲରରେ ବେଷ୍ଟ । ସେ ସବୁ କାମରେ ଶାନଦାର । ଅକ୍ଷୟ ଯେକୌଣସି ଧାରାକୁ ଏଡାଇ ପାରିବେ । ସେ ଏତେ ପ୍ରତିଭାଶାଳୀ ଏବଂ ଅଭିଜ୍ଞ, ଯାହାଙ୍କୁ ସମସ୍ତେ ସବୁବେଳେ ଦେଖିପାରିବେ ଏବଂ ଶିଖି ପାରିବେ ।’