ମୁମ୍ବାଇ: ବି-ଟାଉନର ଷ୍ଟାଇଲିସ ଡିଭା ମଲାଇକା ଅରୋରା ଫିଲ୍ମଠୁ ଅଧିକ ନିଜ ଷ୍ଟାଇଲ ଓ ଲଭଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ସେକ୍ସୀ ଅବତାର ସୋସିଆଲ ମିଡିଆରେ ଦେଖିବାକୁ ସବୁବେଳେ ବ୍ୟାକୁଳ ଥାଆନ୍ତି ଫ୍ୟାନ୍ସ । ଇତିମଧ୍ୟରେ ସେ ସମସ୍ତଙ୍କୁ ପୁଣିଥରେ ନିଜ ନୂଆ ଅବତାରରେ ଦିୱାନା କରିଦେଇଛନ୍ତି । ଆଜ୍ଞା ହଁ, ଫେମସ ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ଡିଜାଇନ ଲେହେଙ୍ଗାରେ ନୂଆ ଫଟୋସୁଟ କରିଛନ୍ତି ।
ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ଏହି ଫଟୋସୁଟର କିଛି ଫଟୋ ସେୟାର କରିଛନ୍ତି ମଲାଇକା । ଯେଉଁଥିରେ ସେ ସିଲଭର କଲରର ଲେହେଙ୍ଗା ସହ ମୁଣ୍ଡରେ ମଥାମଣି ଲଗାଇଥିବାର ଦେଖାଯାଉଛନ୍ତି । ସେହିପରି ତାଙ୍କ ନ୍ୟୁଡ ମେକଅପ ତାଙ୍କ ଲୁକକୁ ଆହୁରି ଆକର୍ଷଣ କରୁଛି ।