ଓଡିଶା

odisha

ସୋସିଆଲ ମିଡିଆକୁ ବାଏ ବାଏ କହିଲେ ଫାତିମା, ଫ୍ୟାନ୍ସ ଦୁଃଖୀ

ଫାତିମାଙ୍କ ବଡ ନିଷ୍ପତ୍ତି । ସୋସିଆଲ ମିଡିଆରୁ ଗଲେ ଦୂରେଇ । ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ । ଅଧିକ ପଢନ୍ତୁ...

By

Published : Apr 27, 2021, 10:45 AM IST

Published : Apr 27, 2021, 10:45 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫାତିମା ସନା ସେଖ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫାତିମା ସନା ସେଖ

ମୁମ୍ବାଇ: ସମସ୍ତଙ୍କ ଜୀବନରେ ବର୍ତ୍ତମାନ ସୋସିଆଲ ମିଡିଆ ଗୁରୁତ୍ବପୂର୍ଣ୍ଣ। ସୋସିଆଲ ମିଡିଆ ଛାଡି କେହି ରହିପାରୁନାହାଁନ୍ତି । ସାଧାରଣ ଜନତାଙ୍କ ଠୁ ନେଇ ସେଲିବ୍ରିଟି ସବୁବେଳେ ଏଥିରେ ଆକ୍ଟିଭ ରୁହନ୍ତି । ହେଲେ ଇତିମଧ୍ୟରେ ସୁନ୍ଦରୀ ଅଭିନେତ୍ରୀ ଫାତିମା ସନା ସେଖ ସୋସିଆଲ ମିଡିଆଠୁ ଦୂରେଇ ରହିବାକୁ ଚାହୁଁଛନ୍ତି । କାରଣ ସେ ହଠାତ୍ ସୋସିଆଲ ମିଡିଆରୁ ବ୍ରେକ ନେଇ ସମସ୍ତ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ସେ ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ବନ୍ଧୁ ମୁଁ ସୋସିଆଲ ମିଡିଆରୁ ବ୍ରେକ ନେଉଛି । ଆପଣମାନେ ନିଜର ଧ୍ୟାନ ରଖନ୍ତୁ ।’ ସେ ଏମିତି କାହିଁକି କରିଛନ୍ତି ତାନେଇ କୌଣସି ଖୁଲାସା କରିନାହାଁନ୍ତି । ସେପଟେ ଫ୍ୟାନ୍ସଙ୍କ ମନରେ ଏହାକୁ ନେଇ ହଜାରେ ପ୍ରଶ୍ନ ।

ପ୍ରକାଶ ଥାଉକି ଫାତିମାଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସଙ୍କ ସଂଖ୍ୟା 2.5 ମିଲିୟନ । ଏହାବ୍ୟତୀତ ସେ ହଜାରରୁ ଅଧିକ ଲୋକଙ୍କୁ ଫଲୋ କରୁଛନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ସେୟାର କରୁଥିବାର ନଜର ଆସୁଥିଲେ । ହେଲେ ଏବେ ସେ ବ୍ରେକ ନେଇ ସମସ୍ତଙ୍କୁ ନିରାଶ କରିଦେଇଛନ୍ତି ।

ABOUT THE AUTHOR

...view details