ଓଡିଶା

odisha

ETV Bharat / sitara

ସୋନୁ ସୁଦଙ୍କୁ କୋରୋନା

ଅନେକ ସେଲିବ୍ରିଟିଙ୍କ ପରେ କୋରୋନା ସଂକ୍ରମିତ ହେଲେ ସୋନୁ । ସୋସିଆଲ ମିଡିଆରେ ସୂଚନା ଦେଇ ଚିନ୍ତା ନକରିବାକୁ କହିଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Apr 17, 2021, 2:16 PM IST

ମୁମ୍ବାଇ: କୋରୋନା ଆକ୍ରାନ୍ତ ହେଲେ ଲୋକପ୍ରିୟ ଅଭିନେତା ସୋନୁ ସୁଦ । ଶନିବାର ସେ ସୂଚନା ଦେଇଛନ୍ତି ଯେ ତାଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିଛି। ଏହାସହ ଅଭିନେତା ଆହୁରି ମଧ୍ୟ କହିଛନ୍ତି ଯେ ସେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି। ତାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି ।

ସେହିପରି ସେ ଟ୍ବିଟରେ କୋରୋନା ପଜିଟିଭ ସୂଚନା ଦେଇ ଲେଖିଛନ୍ତି, ‘ନମସ୍କାର ବନ୍ଧୁ, ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । ଏଥିପାଇଁ ନିଜକୁ ମୁଁ କ୍ବାରେଣ୍ଟାଇନ କରିଦେଇଛି । ଚିନ୍ତା କରିବାର କୌଣସି କଥା ନାହିଁ । ଏବେ ପୂର୍ବ ଅପେକ୍ଷା ମୋ ପାଖରେ ଅଧିକ ସମୟ ରହିବ ।’

ପ୍ରକାଶ ଥାଉକି ଗତ ବର୍ଷଠୁ ସୋନୁ ଦେଶବାସୀଙ୍କ ସେବାରେ କ୍ରମାଗତ ଲାଗିଛନ୍ତି । ଆଉ ଏବେ ତାଙ୍କ କୋରୋନା ଖବର ଶୁଣି ଚିନ୍ତାରେ ଆସିଯାଇଛନ୍ତି ପ୍ରଶଂସକ।

ABOUT THE AUTHOR

...view details