ଓଡିଶା

odisha

ETV Bharat / sitara

ସୋନୁଙ୍କ ମା'ଙ୍କ ନାମରେ ରାସ୍ତା, ଭାବବିହ୍ବଳ ଅଭିନେତା

ସୋନୁଙ୍କ ମହାନ କାର୍ଯ୍ୟ ପାଇଁ ପଞ୍ଜାବରେ ତାଙ୍କ ମା'ଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ତାଙ୍କ ହୋମଟାଉନ୍ ପଞ୍ଜାବ ସ୍ଥିତ ମୋଗା ରାସ୍ତା ନାମ ବର୍ତ୍ତମାନ ହେଲା ପ୍ରଫେସର. ସରୋଜ ସୁଦ । ଅଧିକ ପଢନ୍ତୁ...

By

Published : Jan 2, 2021, 11:01 AM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଅଭିନେତା ତଥା ବର୍ତ୍ତମାନ ଶ୍ରମିକଙ୍କ ଭାଗବାନ ଭାବରେ ଜଣାଶୁଣା ସୋନୁ ସୁଦଙ୍କୁ ନେଇ ନୂଆ ଖବର । କୋରୋନା ମହାମାରୀରେ ଅସୁବିଧାଜନକ ଲୋକଙ୍କୁ ସାହାଯ୍ୟ କରି ପ୍ରତ୍ୟେକ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ସୋନୁ ଆଜି ତାଙ୍କର ଏକ ଭାବପ୍ରବଣ ପୋଷ୍ଟ ଯୋଗୁଁ ପୁଣି ଚର୍ଚ୍ଚାରେ । ବର୍ତ୍ତମାନ ପର୍ଯ୍ୟନ୍ତ, ସୋନୁଙ୍କୁ ସାରା ଦେଶରେ ଧନ୍ୟବାଦ ଦେବା ପାଇଁ ଅନେକ ଲୋକ ତାଙ୍କର କଳାକୃତି ସୃଷ୍ଟି କରିଛନ୍ତି ତ ଆଉ କିଛି ସୋନୁଙ୍କ ନାମରେ ନିଜ ପିଲାଙ୍କ ନାମ ରଖିଛନ୍ତି । ତାଙ୍କ ମହାନ କାର୍ଯ୍ୟ ପାଇଁ ନିକଟରେ ତାଙ୍କ ମନ୍ଦିର ନିର୍ମାଣ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଆଉ ଏବେ ତାଙ୍କ ପ୍ରଶଂସକ କିଛି ଏମିତି କରିଛନ୍ତି ଯାହାକୁ ନେଇ ଅଭିନେତାଙ୍କ ଆଖିରେ ଲୁହ ଆସିଯାଇଛି ।

କଥାଟି ହେଲା ଯେ ତାଙ୍କ ହୋମଟାଉନ୍ ପଞ୍ଜାବ ସ୍ଥିତ ମୋଗାରେ ତାଙ୍କ ଦିବଙ୍ଗତ ମା' ପ୍ରଫେସର. ସରୋଜ ସୁଦଙ୍କ ନାମରେ ଏକ ରାସ୍ତାର ନାମ ରଖାଯାଇଛି । ଯାହାକୁ ନେଇ ସୋନୁଙ୍କ ଖୁସି ନକହିଲେ ସରେ ।

ଏହି ଖୁସି ବିଷୟରେ ଶୁଣି ସୋନୁ ଟ୍ବିଟରରେ ଏକ ଇମୋସନାଲ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ‘ଏହା ହେଉଛି ମୋ ଜୀବନର ବଡ ଉପଲବ୍ଧି । ଯାହା ଆଜିକା ଡେଟରେ ମୁଁ ହାସିଲ କରିଛି । ମୋଗା ରାସ୍ତା ମୋ ମା'ଙ୍କ ନାମରେ । ଏବେ ପ୍ରଫେସର ସରୋଜ ସୁଦ ରୋଡ୍ ନାମରେ ନିଆଯିବ ରାସ୍ତାର ନାମ । ମୋର ସଫଳତା ପ୍ରକୃତ ରାସ୍ତା । ମିସ୍ ୟୁ ମା' ।’

ସେହିପରି ସେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ‘ଏକ ଦୃଶ୍ୟ ଯାହାକୁ ମୁଁ ପୁରା ଜୀବନ ନିଜ ସ୍ବପ୍ନରେ ଦେଖିଥିଲି । ଆଜି ମୋ ହୋମଟାଉନ୍ ମୋଗାରେ ଏହି ରାସ୍ତାର ନାମ ମୋ ମା, ପ୍ରଫେସରଙ୍କ ନାମରେ ନାମିତ କରାଯାଇ ସରୋଜ ସୁଦ ରଖାଯାଇଛି । ଏହା ହେଉଛି ସେହି ସମାନ ରାସ୍ତା ଯାହା ମାଧ୍ୟମରେ ସେ ନିଜ ଜୀବନରୁ କଲେଜ ପର୍ଯ୍ୟନ୍ତ ଏବଂ ପରେ କଲେଜରୁ ଘରକୁ ଯାତ୍ରା କରିଥିଲେ । ଏହା ମୋ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶ ହେବ । ମୁଁ ନିଶ୍ଚିତ ଯେ ମା' ଏବଂ ବାପା ବର୍ତ୍ତମାନ ସ୍ବର୍ଗରେ ହସୁଛନ୍ତି । ସେମାନେ ଏହା ଦେଖିପାରିଥାଆନ୍ତେ କି ।’

ABOUT THE AUTHOR

...view details