ଓଡିଶା

odisha

ETV Bharat / sitara

ସୋନୁଙ୍କ ସାହାଯ୍ୟକୁ ପିଆର ଷ୍ଟଣ୍ଟ କହିଲେ ୟୁଜର୍ସ, ଶୁଣିଲେ ଏମିତି କଥା - ଭାଇରାଲ ହେଲା ସୋନୁ ସୁଡଙ୍କ ଟ୍ବିଟ

ସେଲିବ୍ରିଟି ଟ୍ରୋଲ ହେବା ଏକ ସାଧାରଣ କଥା । ଭଲ କାମ କଲେ ମଧ୍ୟ କିଛି ୟୁଜର୍ସ ପ୍ରାୟତଃ ସେଲିବ୍ରିଟିଙ୍କୁ ଟ୍ରୋଲ କରି ଅନେକ କଥା କହିଥାଆନ୍ତି । ଏବେ ଟ୍ରୋଲର୍ସଙ୍କ ଶିକାର ହୋଇଥିବା ସୋନୁ ଦେଇଛନ୍ତି କଡା ଜବାବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Oct 28, 2020, 4:34 PM IST

ମୁମ୍ବାଇ: କୋରୋନା କାଳରେ ଦେଶବାସୀଙ୍କ ଭଗବାନ ସାଜି ସେବା କରିଆସୁଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ । ଏଯାବତ ସେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖ ଦୂର କରିସାରିଲେଣି । ଏବେ ମଧ୍ୟ ସୋସିଆଲ ମିଡିଆରେ ଦୁଃଖି ଲୋକଙ୍କ ଖବର ଦେଖି ସେ ସଙ୍ଗେ ସଙ୍ଗେ ସହଯୋଗ ପାଇଁ ବାହାରି ପଡୁଛନ୍ତି । ତାଙ୍କ ଏହି ମହାନ କାମର ଗୋଟିଏ ପଟେ ପ୍ରଶଂସା ହେଉଥିବା ବେଳେ ଅନ୍ୟପଟେ ସମାଲୋଚନା କରାଯାଉଛି । କାରଣ ସୋସିଆଲ ମିଡିଆରେ ତାଙ୍କୁ କିଛି ୟୁଜର୍ସ ଟ୍ରୋଲ କରୁଥିବାର ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ସାହାଯ୍ୟ କରିବା କଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସଷ୍ଟି ହେଉଛି । ହେଲେ ସୋନୁ ଏହାର କଡା ଜବାବ ମଧ୍ୟ ଦେଇଛନ୍ତି ।

କଥାଟି ହେଲା ଯେ ନିକଟରେ ସୋନୁଙ୍କ ସାହାଯ୍ୟକୁ ପିଆର ଷ୍ଟଣ୍ଟ କହିଥିଲେ କିଛି ୟୁଜର୍ସ । ସେମାନଙ୍କ ଅନୁଯାୟୀ ସୋନୁଙ୍କ ପୁରା ଟିମ ଲୋକଙ୍କ ପୁରା ସୂଚନା ନ ନେଇ ସାହାଯ୍ୟ କରିବାକୁ ପହଞ୍ଚିଯାଉଛନ୍ତି । ଏହି କାରଣ ପାଇଁ ତାଙ୍କ ସହଯୋଗକୁ ପିଆର ଷ୍ଟଣ୍ଟ କହୁଛନ୍ତି ।

ଏହାକୁ ଆଧାର କରି ଜଣେ ୟୁଜର ଲେଖିଥିଲେ, ‘ନୂଆ ଟ୍ବିଟର ଆକାଉଣ୍ଟ । 2-3 ଜଣ ଫଲୋଅର୍ସ । ସୋନୁଙ୍କୁ ଟ୍ୟାଗ ମଧ୍ୟ କରାଯାଇନାହିଁ । କେହି ନିଜ ଠିକଣା କିମ୍ବା ଫୋନ୍ ନଂ ସେୟାର କରିନାହାଁନ୍ତି । ତଥାପି ସୋନୁଙ୍କୁ ଏହି ଲୋକଙ୍କ ଆବଶ୍ୟକତା ବିଷୟରେ ଜଣାପଡିଯାଉଛି ଆଉ ସେଠାକୁ ସାହାଯ୍ୟ କରିବାକୁ ତାଙ୍କ ଟିମ ପହଞ୍ଚିଯାଉଛି । ହୁଏତଃ ପିଆର ଟିମ ଏମିତି ହି କାମ କରେ ।’

ଏହି ୟୁଜରର ମୁହଁ ବନ୍ଦ କରିବା ପାଇଁ ସୋନୁ ମଧ୍ୟ ଜବାବରେ କହିଛନ୍ତି, ‘ମୁଁ ଏହାକୁ ଇଚ୍ଛାର ଖେଳ ଭାବୁଛି। ମୁଁ ନିଜେ ଅସହାୟଙ୍କ ନିକଟରେ ପହଞ୍ଚେ। ହେଲେ କିଛି ଲୋକଙ୍କ ଡିଏନରେ ସନ୍ଦେହ କରିବା ଅଭ୍ୟାସ ଅଛି । ସବୁ କଥାରେ ସନ୍ଦେହ କରିବା କେବଳ ଲୋକଙ୍କ କାମ।’ ଖାଲି ଏତିକି ନୁହେଁ ସୋନୁ ଏକ ହସ୍ପିଟାଲର ବିଲ୍ ମଧ୍ୟ ସେୟାର କରି ଜଣାଇଛନ୍ତି ଯେ ସେ ଅସହାୟ ଲୋକଙ୍କୁ କିପରି ସାହାଯ୍ୟ ପହଞ୍ଚାଉଛନ୍ତି।

ABOUT THE AUTHOR

...view details