ଓଡିଶା

odisha

ETV Bharat / sitara

ଜନ୍ମଦିନରେ ସୋନୁଙ୍କ ବଡ ଘୋଷଣା, 3 ଲକ୍ଷ ପ୍ରବାସୀଙ୍କୁ ଦେବେ ନିଯୁକ୍ତି

ପୁଣି ସୋନୁ ସୁଡଙ୍କ ମହାନତା । ଘୋଷଣା କଲେ 3 ଲକ୍ଷ ଚାକିରୀ । ପ୍ରବାସୀ ଭାଇଙ୍କୁ ଦେଲେ ଏହି ସୁବିଧା ।

By

Published : Jul 30, 2020, 7:28 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୋନୁ ସୁଡ ଦେଶବାସୀଙ୍କ ପାଇଁ ଭଗବାନ ସାଜିଛନ୍ତି । କୋରୋନା କାଳରେ ତାଙ୍କ ମହାନ କାର୍ଯ୍ୟ ପାଇଁ ଅନେକ ଲୋକ ନିଜ ନିଜ ଘରେ ସୁରକ୍ଷିତ ରୂପେ ପହଞ୍ଚି ସାରିଛନ୍ତି । ଖାଲି ଏତିକି ନୁହେଁ ସେ ସୋସିଆଲ ମିଡିଆରେ ଗରିବଙ୍କ ଭିଡିଓ ଦେଖି ସେମାନଙ୍କ ସାହାଯ୍ୟ କରିବାକୁ ସଙ୍ଗେ ସଙ୍ଗେ ବାହାରିପଡୁଛନ୍ତି । ଆଜି ଏହି ଅଭିନେତାଙ୍କ 47ତମ ଜନ୍ମଦିନ । ନିଜ ଜନ୍ମଦିନକୁ ଖାସ୍ କରିବାକୁ ଯାଉ ସେ ଆଉ ଏମିତି ଏକ ଘୋଷଣା କରିଛନ୍ତି । ଯାହା ଅନେକଙ୍କ ମୁହଁରେ ହସ ଫୁଟାଇ ଦେଇଛି ।

ସେ ଗୁରୁବାର 3 ଲକ୍ଷ ନିଯୁକ୍ତିର ଘୋଷଣା କରିଛନ୍ତି । ସେହିପରି ଟ୍ବିଟରେ ସେ ଲେଖିଛନ୍ତି, ‘ମୋ ଜନ୍ମଦିନରେ ଅବସରରେ ମୋ ପ୍ରବାସୀ ଭାଇଙ୍କ ପାଇଁ PravasiRojgar.comରେ 3 ଲକ୍ଷ ଚାକିରୀ ଘୋଷଣା। ଏହି କମ୍ପାନୀ ଭଲ ବେତନ, ପିଏଫ, ଇଏସଆଇ ଏବଂ ଅନ୍ୟ ସୁବିଧା ପ୍ରଦାନ କରେ । AEPC, CITI, Trident, Quess Corp, Amazon, Sodexo, Urban Co, Portea ଏବଂ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ।’

ପ୍ରକାଶ ଥାଉକି ସୋନୁଙ୍କ ଏହି ପ୍ରବାସୀ ନିଯୁକ୍ତ ସ୍ଥାନ ଆରମ୍ଭ ହୋଇଛି । ଏହି ସାଇଟରେ ହେଲ୍ପଲାଇନ ନମ୍ବର ମଧ୍ୟ ଦିଆଯାଇଛି । ଏହି ସୁବିଧା ବିଷୟରେ ପୂର୍ବରୁ ମଧ୍ୟ ଖବର ଆସିଥିଲା । ଯାହାର ଘୋଷଣା ଆଜି ଅଧିକାରୀ ରୂପେ କରିଛନ୍ତି ସୋନୁ।

ABOUT THE AUTHOR

...view details