ମୁମ୍ବାଇ: ନିକଟରେ ୟୁଟ୍ୟୁବର ଗୌରବ ୱାସନଙ୍କ ଦ୍ବାରା ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଜଣେ ଗରିବ ଦମ୍ପତିଙ୍କ ଦୁଃଖ ଦେଖିବାକୁ ମିଳିଥିଲା । ଭିଡିଓ ଦ୍ବାରା ଗୌରବ ଲୋକଙ୍କୁ ଅପିଲ କରିଥିଲେ ତାଙ୍କୁ ସାହାଯ୍ୟ କରିବାକୁ । ଏଥିପାଇଁ ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କୁ ଲୋକେ ପ୍ରଶଂସା କରିବା ସହ ସାହାଯ୍ୟ ମଧ୍ୟ କରିଥିଲେ । ଲୋକଙ୍କ ଦାନ ଦ୍ବାରା ସେ ନିଜର ନୂଆ ଢାବା ଖୋଲିବାରେ ସଫଳ ହୋଇଥିଲେ । ହେଲେ କିଛି ଦିନ ପୂର୍ବେ ତାଙ୍କୁ ମିଳୁଥିବା ଦାନରେ ଠକେଇ ହୋଇଥିବା ଅଭିଯୋଗ କରିଥିଲେ । ଏହି କାରଣକୁ ନେଇ ଏବେ ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଆର ମାଧବନ ।
ବାବା କା ଢାବା ମାଲିକଙ୍କ ସହ ଠକେଇ, ପ୍ରତିକ୍ରିୟା ରଖିଲେ ମାଧବନ - ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ
ଟ୍ରୋଲ ହେବାରେ ଲାଗିଛନ୍ତି ୟୁଟ୍ୟୁବର ଗୌରବ । ନିକଟରେ ଜଣେ ବୟସ୍କ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅପିଲ କରିଥିଲେ । ହେଲେ ଏବେ ସେ ଦାନ ଟଙ୍କା ରଖି ସମସ୍ୟାରେ । ଅଧିକ ପଢନ୍ତୁ...
କଥାଟି ହେଲା ଯେ କାନ୍ତାଙ୍କ ଅନୁଯାୟୀ ଗୌରବ ଲୋକଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଦେଇଥିଲେ ଆଉ ଯାହା ଟଙ୍କା ମିଳିଲା ତାହା ସେ ନିଜ ରଖିଛନ୍ତି । ସେହିପରି ଗୌରବ ତାଙ୍କୁ କେବଳ 2 ଲକ୍ଷ ଟଙ୍କା ଦେଇଛନ୍ତି । ବାକି ଦାନ ବିଷୟରେ ତାଙ୍କୁ ମଧ୍ୟ ଜଣାଇନାହାଁନ୍ତି । ଏହି ମାମଲା ଉପରେ ପୋଲିସ ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ମାଧବନ ଚର୍ଚ୍ଚାରେ ଆସିବାର କାରଣ ହେଲା ଯେ ଗୌରବଙ୍କୁ ଟ୍ରୋଲ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ସେ ସେୟାର କରିଛନ୍ତି ।
ଏହାକୁ ପୋଷ୍ଟ କରି ସେ ଏକ ଟ୍ବିଟରେ ଲେଖିଥିଲେ, ‘ବାବା କା ଢାବାର ବୃଦ୍ଧ ମାଲିକଙ୍କ ସହ ଠକେଇ ହୋଇଛି । ବର୍ତ୍ତମାନ ଏହି ପ୍ରକାରର ଜିନିଷ ଲୋକଙ୍କୁ ଭଲ କାମ କରିବାକୁ ବାରଣ କରିବ, ଏହା ଲୋକଙ୍କୁ ଭଲ ନହେବା ପାଇଁ କାରଣ ଯୋଗାଉଛି । ଏହା ଗ୍ରହଣୀୟ ନୁହେଁ, ଯଦି ଆସନ୍ତାକାଲି ଏହି ଠକେଇ ଧରାଯାଏ ଏବଂ ସେମାନଙ୍କୁ ଦଣ୍ଡ ଦିଆଯାଏ, ତେବେ ବିଶ୍ବାସ ପୁଣି ଆସିବ । ଦିଲ୍ଲୀ ପୋଲିସ ତୁମ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ଅଛି ।’