ଓଡିଶା

odisha

By

Published : Dec 26, 2020, 12:29 PM IST

ETV Bharat / sitara

ପୁଣି ପରଦାରେ ଜମିବ ସଲମାନ-ଜ୍ୟାକିଙ୍କ ଯୋଡି

ସଲମାନଙ୍କ ଆଗାମୀ ଫିଲ୍ମ ‘ରାଧେ’ରେ ଦେଖାଯିବେ ଜ୍ୟାକି । ପୂର୍ବରୁ ‘ଭାରତ’ ଫିଲ୍ମରେ ଏହି ଯୋଡି କରିସାରିଛନ୍ତି କାମ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକି ଶ୍ରଫ୍
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକି ଶ୍ରଫ୍

ମୁମ୍ବାଇ: ଗତ ବର୍ଷ ଇଦ୍‌ରେ ରିଲିଜ ହୋଇଥିଲା ଭାଇଜାନ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ଭାରତ’ରେ ତାଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ ଫେମସ ଅଭିନେତା ଜ୍ୟାରି ଶ୍ରଫ । ଫିଲ୍ମରେ ଦୁଇଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ କିଣିଥିଲା । ଆଉ ଖୁବଶୀଘ୍ର ଏହି ଯୋଡି ପୁଣି ପରଦାରେ ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି । ଆଜ୍ଞା ହଁ, ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ରେ ନଜର ଆସିବେ ଜ୍ୟାକି । ଏଥର ସେ ସଲମାନଙ୍କ ସିନିୟର ଅଫିସର ଭୂମିକାରେ ଅଭିନୟ କରିବେ ।

ଫିଲ୍ମରେ ସଲମାନଙ୍କ ଭୂମିକା ଜ୍ୟାକିଙ୍କଠାରୁ ନିର୍ଦ୍ଦେଶ ନେଉଥିବାର ନଜର ଆସିବେ । ଫିଲ୍ମ ସୁଟିଂ ସମୟରେ ଦୁଇଜଣ ଖୁବ ମଜାମସ୍ତି ମଧ୍ୟ କରିଥିଲେ । ପ୍ରକାଶ ଥାଉକି ରାଧେର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ପ୍ରଭୁଦେବା ।

ସେହିପରି ଜ୍ୟାକି ଓ ସଲମାନଙ୍କ ବ୍ୟତୀତ ଫିଲ୍ମରେ ସେକ୍ସୀ ଅଭିନେତ୍ରୀ ଦିଶା ପଟାନୀ ଓ ରଣଦୀପ ହୁଡ୍ଡା ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ଏଥର ସଲମାନଙ୍କ ସହ ଭିଲେନ ସାଜି ଫାଇଟ କରିବେ ରଣଦୀପ । ଏହାବ୍ୟତୀତ ସଲମାନଙ୍କ ଆଉ ଅନେକ ଫିଲ୍ମ ନେଇ ପରଦାକୁ ଫେରିବେ । ଏଥିରେ ସାମିଲ ଅଛି ‘କଭି ଇଦ କଭି ଦିୱାଲୀ’, ‘କିକ୍ 2’ ଓ ‘ଅନ୍ତିମ’ ଭଳି ଫିଲ୍ମ ।

ABOUT THE AUTHOR

...view details