ଓଡିଶା

odisha

ETV Bharat / sitara

ଲୁଚିଛପି ବିବାହ କଲେ ପୂଜା ବାତ୍ରା

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ପୂଜା ବାତ୍ରା । ଦୀର୍ଘସମୟରୁ ଡେଟ କରିଆସୁଥିବା ଅଭିନେତା ନୱାଜ ଶାହଙ୍କୁ ଜାମ୍ମୁ-କଶ୍ମୀରରେ ବିବାହ କରିଛନ୍ତି ପୂଜା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ବାତ୍ରା

By

Published : Jul 12, 2019, 7:43 PM IST

ମୁମ୍ବାଇ: 'ବିରାସତ’ ଫିଲ୍ମରୁ ପପୁଲାର ହୋଇଥିବା ଅଭିନେତ୍ରୀ ପୂଜା ବାତ୍ରା ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଅଛନ୍ତି । ଏବେ କିନ୍ତୁ ତାଙ୍କୁ ନେଇ ବଡ ଖବର ଶୁଣିବାକୁ ମିଳୁଛି । ପୂଜା ବୟଫ୍ରେଣ୍ଡ, ଅଭିନେତା ନୱାବ ଶାହଙ୍କୁ ଲୁଚିଛପି ବିବାହ କରିନେଇଛନ୍ତି । ଏହି କଥାର ସୂଚନା ସେ ଅଧିକାରୀକ ରୂପେ ନଦେଇ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ନିକଟରେ ଏହି ପ୍ରେମୀଯୁଗଳ ଜାମ୍ମୁ-କଶ୍ମୀରରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାତ ଜନ୍ମର ସାଥୀ ସାଜିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ବାତ୍ରା

ଅନ୍ୟପଟେ ନୱାବ ମଧ୍ୟ ନିକଟରେ ଇନଷ୍ଟାରେ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ପୂଜା ହାତରେ ଚୁଡା ପିନ୍ଧିଥିବାର ଦେଖାଯାଇଥିଲେ । ଏହାର କ୍ୟାପସନରେ ସେ ଲେଖିଥିଲେ, "ଏମିତି ଏକ କାହାଣୀ ଯାହା ଉପରେ ପୁରା ଫିଲ୍ମ ତିଆରି କରିହେବ ।" ଏହି ଫଟୋକୁ ଦେଖି ଫ୍ୟାନ୍ସ ଅନ୍ଦାଜ ଲଗାଇଥିଲେ କି ଦୁଇଜଣ ବିବାହ କରିସାରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ବାତ୍ରା

ଏହାବ୍ୟତୀତ ପୂଜା ଆଉ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ନୱାଜଙ୍କ ସହ ନଜର ଆସୁଛନ୍ତି ସେ । ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, "ମ୍ୟାନ କ୍ରସ ଏଭ୍ରିଡେ ।" ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ଏହି କପଲଙ୍କ ଅନେକ ଫଟୋ ।

ପ୍ରକାଶ ଥାଉକି ପୂଜା 'ହସିନା ମାନ ଜାଏଗି' ଏବଂ 'ଯୋଡି ନମ୍ବର-1', 'ନାୟକ', 'ଭାଇ' ଭଳି ଫିଲ୍ମରେ କାମ କରିସାରିଛନ୍ତି ।

ABOUT THE AUTHOR

...view details