ନୂଆଦିଲ୍ଲୀ: ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି'ଙ୍କ ପୋଷ୍ଟର ଏବଂ ଟ୍ରେଲରରେ ନିଜ ନାମ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖତର । ସେ ଟ୍ବିଟ କରି ଫ୍ୟାନ୍ସଙ୍କୁ ସମ୍ପୂର୍ଣ୍ଣ ରୂପେ ମନା କରିଦେଇଥିଲେ କି ସେ ଏହି ଫିଲ୍ମ ପାଇଁ କୌଣସି ଗୀତ ଲେଖିନାହାଁନ୍ତି ।
ଜାଭେଦଙ୍କ ଟ୍ବିଟର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛନ୍ତି 'ପିଏମ ନରେନ୍ଦ୍ର ମୋଦି'ର ପ୍ରଯୋଜକ ସନ୍ଦୀପ ସିଂହ । ସେ ଟ୍ବିଟ ଜରିଆରେ ସୂଚନା ଦେଇ କହିଛନ୍ତି କି ସଙ୍ଗୀତକାର ଜାଭେଦଙ୍କ ଦ୍ବାରା ଲେଖାଯାଇଥିବା ଏକ ପୁରୁଣା ଗୀତକୁ ଫିଲ୍ମରେ ବ୍ୟବହାର କରିଛନ୍ତି ।
ଜାଭେଦଙ୍କ ଟ୍ବିଟ'ର ଜବାବ ଦେଲେ ପ୍ରଯୋଜକ ସନ୍ଦୀପ - sandip singh
ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି' ବାୟୋପିକ ପୋଷ୍ଟରେ ନିଜ ନାଁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସଙ୍ଗୀତକାର ଜାଭେଦ ଅଖତର । ଟ୍ବିଟ କରି ଫ୍ୟାନ୍ସଙ୍କୁ ଦେଇଥିଲେ ଏହି ସୂଚନା । ଆଜି ଏହାର ଜବାବରେ ଫିଲ୍ମ ପ୍ରଯୋଜକ ସନ୍ଦୀପ ସିଂହ ଟ୍ବିଟ କରିଛନ୍ତି ।
ସନ୍ଦୀପ ଟ୍ବିଟରେ ଲେଖିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବାୟୋପିକରେ '1947: ଅର୍ଥ' ଫିଲ୍ମ ଗୀତ 'ଇଶ୍ବର ଆଲ୍ଲାହ' ଏବଂ 'ଦସ' ଫିଲ୍ମର ଗୀତ 'ସୁନୋ ଗୌର ସେ ଦୁନିୟା ବାଲୋଂ' ଗୀତକୁ ସାମିଲ କରିଛୁ । ତେଣୁ ଆମେ ଜାଭେଦଙ୍କୁ ଧନ୍ୟବାଦ ଜଣାଇ ଫିଲ୍ମ ପୋଷ୍ଟର ଏବଂ ଟ୍ରୋଲରେ ତାଙ୍କ ନାମ ଦେଖାଇଛୁ । ଟି-ସିରିଜ ଏହି ଫିଲ୍ମର ମ୍ୟୁଜିକ ପାର୍ଟନର ମଧ୍ୟ।
ପ୍ରକାଶ ଥାଉକି ଶୁକ୍ରବାର ଜାଭେଦ ଟ୍ବିଟ କରି ଲେଖିଥିଲେ, "ଏହି ଫିଲ୍ମ ପୋଷ୍ଟରେ ମୁଁ ନିଜ ନାମ ଦେଖି ଆଶ୍ଚର୍ଯ୍ୟ ଅଛି । ମୁଁ ଏହା ପାଇଁ କୌଣସି ଗୀତ ଗାଇନାହିଁ ।" ଏହି ଟ୍ବିଟକୁ ସେ ପତ୍ନୀ ଶବାନା ଆଜମୀ ଏବଂ ପୁଅ ଫରହାନ ଅଖତରଙ୍କୁ ରି-ଟ୍ବିଟ କରିଥିଲେ ।