ଓଡିଶା

odisha

ETV Bharat / sitara

ୟୁଟ୍ୟୁବରୁ ଗାୟବ ହେଲା 'ମୋଦି' ବାୟୋପିକ - youtube

ବିବେକ ଓବରାୟଙ୍କ ବିବାଦୀୟ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦିର ଟ୍ରେଲର ୟୁଟ୍ୟୁବରୁ ହଟାଇ ଦିଆଯାଇଛି । ବାରମ୍ବାର ବିବାଦରେ ରହିଆସୁଥିବା ମୋଦିଙ୍କ ବାୟୋପିକ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି' ଟ୍ରେଲର ଏବେ ନା ଗୁଗୁଲ ସର୍ଚ୍ଚରେ ନଜର ଆସୁଛି ନା ୟୁଟ୍ୟୁବରେ ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ

By

Published : Apr 16, 2019, 10:05 PM IST

ମୁମ୍ବାଇ: ବିବେକ ଓବରାୟଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି'ର ଟ୍ରେଲର ବର୍ତ୍ତମାନ ୟୁଟ୍ୟୁବରୁ ଗାୟବ ହୋଇଯାଇଛି । ଫିଲ୍ମରେ ଟ୍ରେଲର ଏବେ କୌଣସି ସାଇଟରେ ମଧ୍ୟ ଦେଖିବାକୁ ମିଳୁନାହିଁ । ଶୁଣିବାକୁ ମିଳୁଛି ଯେ ମେକର୍ସ ଏହାକୁ ହଟାଇ ଦେଇଛନ୍ତି ।

ପ୍ରକାଶ ଥାଉକି ନିର୍ବାଚନ ଆୟୋଗ ନିକଟରେ ଏହି ଫିଲ୍ମକୁ ନିର୍ବାଚନ ପର୍ଯ୍ୟନ୍ତ ରିଲିଜ କରିବା ଉପରେ ରୋକ ଲଗାଇଥିଲା । ଅନ୍ୟପଟେ ମେକର୍ସ ନିର୍ବାଚନ ଆୟୋଗ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ଯାହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ଆଦେଶ ଦେଇଥିଲେ କି ଗୋଟିଏ ସପ୍ତାହ ମଧ୍ୟରେ ଫିଲ୍ମ ଦେଖି ରିପୋର୍ଟ ଦେବାକୁ ।

ଫିଲ୍ମର ଟ୍ରେଲରଟି ମାର୍ଚ୍ଚରେ ରିଲିଜ ହୋଇଥିଲା । 'ପିଏମ ନରେନ୍ଦ୍ର ମୋଦି' ଘୋଷଣା ପରଠାରୁ ଫିଲ୍ମକୁ ନେଇ ବିବାଦ ଦେଖାଦେଇଥିଲା । କିନ୍ତୁ ଏହା ଉପରେ ସବୁଠାରୁ ବଡ ବିବାଦ ସେତେବେଳେ ଦେଖାଦେଇଥିଲା, ଯେତେବେଳେ ମେକର୍ସ ଫିଲ୍ମଟିକୁ ନିର୍ବାଚନ ପୂର୍ବରୁ ରିଲିଜ କରିବା କଥା କହିଥିଲେ । ଫିଲ୍ମ ରିଲିଜ ତାରିଖ ଉପରେ ବିରୋଧୀ ଦଳ କଡା ବିରୋଧ କରିଥିଲେ । ଅଭିଯୋଗ ଆଣିଥିଲେ କି ଫିଲ୍ମ ରିଲିଜ ଦ୍ବାରା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହେବ । କୋର୍ଟ ଏବଂ ସେନ୍ସର ବୋର୍ଡ ପକ୍ଷରୁ ଫିଲ୍ମକୁ ଗ୍ରୀନ-ସିଗନାଲ ମିଳିଯାଇଥିଲା ସତ, କିନ୍ତୁ ନିର୍ବାଚନ ଆୟୋଗ ପ୍ରଥମ ଚରଣ ମତଦାନ ପୂର୍ବରୁ ଫିଲ୍ମ ଉପରେ ବ୍ୟାନ ଲଗାଇଦେଇଥିଲା ।

ଏବେ ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ସର୍ଚ୍ଚ କରିବାରୁ ଫିଲ୍ମ ବାୟୋପିକର ଟ୍ରେଲର ନୁହେଁ ବରଂ ପିଏମ ମୋଦିଙ୍କ ଉପରେ ତିଆରି ହୋଇଥିବା ୱେବ ସିରିଜର ଟିଜର ଏବଂ ଟ୍ରେଲର ନଜର ଆସୁଛି । ଏହା ବ୍ୟତୀତ ଯଦି ଆପଣ ଫିଲ୍ମର ଟ୍ରେଲର ପାଇଁ "pm modi biopic trailer'' କିୱାର୍ଡ ଟାଇପ କରୁଛନ୍ତି, ତେବେ ଦେଖିବାକୁ ମିଳୁଛି "This video is unavailable".

ABOUT THE AUTHOR

...view details