ଓଡିଶା

odisha

ETV Bharat / sitara

ମ୍ୟାଗି ଠାରୁ କମ ସମୟରେ ପ୍ରସ୍ତୁତ ହେଲା ମୋଦିଙ୍କ ଲାଇଫ!

ରିଲିଜ ହେବାକୁ ଯାଉଛି ଚର୍ଚ୍ଚିତ ବାୟୋପିକ ପିଏମ ନରେନ୍ଦ୍ର ମୋଦି । ଦୁଇମାସ ଘୋଷଣା ମଧ୍ୟରେ ଫିଲ୍ମ ପରଦାରେ ଆସିବାକୁ ଯାଉଛି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସ କରୁଛନ୍ତି ଆଲୋଚନା ।

By

Published : Mar 16, 2019, 2:36 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: କିଛି ଦିନ ହେବ 'ପିଏମ ନରେନ୍ଦ୍ର ମୋଦି' ବାୟୋପିକର ଘୋଷଣା କରିଥିଲେ ଫିଲ୍ମ ନିର୍ମାତା । ଯାହା ପ୍ରଧାନମନ୍ତ୍ରୀଙ୍କ ଜୀବନ ଉପରେ ଆଧାରିତ । ଇତିମଧ୍ୟରେ ଫିଲ୍ମ ରିଲିଜ ହେବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଦୁଇମାସ ଘୋଷଣା ମଧ୍ୟରେ ଫିଲ୍ମ ପରଦାରେ ଆସିବାକୁ ଯାଉଛି । ଯାହା ସବୁଠାରୁ ଆଶ୍ଚର୍ଯ୍ୟଜନ କଥା । ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର୍ସ ଫିଲ୍ମଟିକୁ ମ୍ୟାଗି ସହ ତୁଳନା କରିବା ଆରମ୍ଭ କରି ଦେଇଛନ୍ତି ।

ଫିଲ୍ମରେ ମୋଦିଙ୍କ ଚରିତ୍ରରେ ଅଭିନେତା ବିବେକ ଓବରାୟ ନଜର ଆସିବେ । ଏହିପରି ଫିଲ୍ମର ଅନ୍ୟ କଳାକାରଙ୍କ ପୋଷ୍ଟର ମଧ୍ୟ ଧିରେ ଧିରେ ସାମ୍ନାକୁ ଆସିଥିଲା । ଯେବେଠାରୁ ଫିଲ୍ମର ଘୋଷଣା ହୋଇଥିଲା ତେବେଠାରୁ ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ଖୁବ୍ ଚାଲିଛି ।

ଯେଉଁମାନେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଟ୍ରେଲର ଦେଖିବାକୁ ଅପେକ୍ଷା କରିବସିଥିଲେ । ଏବେ ତାଙ୍କ ପାଇଁ ବଡ ସରପ୍ରାଇଜ ସାମ୍ନାକୁ ଆସିଛି । ନିର୍ମାତା ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା 'ପିଏମ ନରେଦ୍ର ମୋଦି' ରିଲିଜ ତାରିଖର ଘୋଷଣା ହୋଇଯାଇଛି । ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମଟି ଏପ୍ରିଲ 12ରେ ରିଲିଜ ହେବ ବୋଲି ଟ୍ବିଟ କରି ଦର୍ଶକଙ୍କୁ ଜଣାଇଛନ୍ତି । ତାଙ୍କର ଏହି ଟ୍ବିଟ ପରେ ୟୁଜର୍ସ ଆଶ୍ଚର୍ଯ୍ୟ ହେବା ସହ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।

ବର୍ତ୍ତମାନ ଫିଲ୍ମକୁ ନେଇ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି 'ଇତନି ଜଲଦି'(itni jaldi) । ଜଣେ ୟୁଜର ଲେଖିଛନ୍ତି, "ମୁଁ କହିବାକୁ ଚାହୁଁଛି ଫିଲ୍ମଟି ଫ୍ଲପ ହେବ । କାରଣ ଏବେ ତ ସୁଟିଂ ଆରମ୍ଭ ହୋଇଥିଲା ଏବଂ ହଠାତ୍ ରିଲିଜ । ଫିଲ୍ମରେ ଭୁଲ ନିହାତି ଥିବ । ଆଉ ଏତେ ଶୀଘ୍ର ବାୟୋପିକ କିପରି ସୁଟିଂ ହୋଇପାରିବ । ଏହା ପାଇଁ ସମୟ ଲାଗିଥାଏ । ସ୍କ୍ରନିରେ ଫିଲ୍ମର ରିୟାଲିଟି କିଛି ଦେଖିବାକୁ ମିଳିବ ନାହିଁ । "

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, "ତିନି ମାସ ମଧ୍ୟରେ କେମିତି ଫିଲ୍ମର ସୁଟିଂ ଶେଷ ହୋଇଗଲା । ଏହା ଭାବିବା କଥା । "

କିଛି ୟୁଜର୍ସ କହୁଛନ୍ତି ଏତେ ଶୀଘ୍ର ତିଆରି ହୋଇଗଲା ତ ଆଉ କିଛି କହୁଛନ୍ତି ଏହା "ଫିଲ୍ମ ନା ମ୍ୟାଗି" । ଯାହା ଦୁଇ ମିନିଟରେ ରେଡି ହୋଇଗଲା । ପ୍ରକାଶ ଥାଉକି ଫିଲ୍ମ ଟିମ ମାର୍ଚ୍ଚ 10ରେ ଉତ୍ତରାଖଣ୍ଡରେ ଫିଲ୍ମର ସୁଟିଂ କରି ଗତ ବଧୁବାର ମୁମ୍ବାଇ ଫେରିଛନ୍ତି। ପ୍ରକାଶ ଥାଉକି ଏହି ବାୟୋପିକରେ ମୋଦିଙ୍କ ବ୍ୟକ୍ତିଗତ ଜୀବନ ଠାରୁ ନେଇ ରାଜନୈତିକ ଯାତ୍ରାର କାହାଣୀ ଦେଖିବାକୁ ମିଳିବ ।

For All Latest Updates

ABOUT THE AUTHOR

...view details