ଓଡିଶା

odisha

By

Published : Sep 9, 2019, 6:18 PM IST

ETV Bharat / sitara

ପାକିସ୍ତାନୀ ଅଭିନେତ୍ରୀଙ୍କ ସହ ପିସିଙ୍କ ସ୍ବାମୀ, ରାଗିଲେ ୟୁଜର୍ସ

କିଛି ଦିନ ପୂର୍ବରୁ ପ୍ରିୟଙ୍କାଙ୍କ ବିରୋଧରେ ଦାବି କରିଥିବା ପାକିସ୍ତାନୀ ଅଭିନେତ୍ରୀ ମେହୱିଶ ଏବେ ନିକଙ୍କ ସହ ନଜର ଆସିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରି ଚର୍ଚ୍ଚାରେ ଏହି ଅଭିନେତ୍ରୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମେହୱିଶ ହୟାତ

ମୁମ୍ବାଇ: ନିକଟରେ ଯେବେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଇଣ୍ଡିଆନ ଆର୍ମୀଙ୍କ ପ୍ରଶଂସାରେ ଏକ ପୋଷ୍ଟ ଲେଖିଥିଲେ । ତେବେ ପାକିସ୍ତାନ ୟୁନିସେଫକୁ ଚିଠି ଲେଖି ତାଙ୍କୁ ରାଜଦୂତ ପଦରୁ ହଟାଇବାର ଦାବି କରିଥିଲା । ଏହି ଦାବିରେ ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ସହ ଅନେକ ଫିଲ୍ମ ଷ୍ଟାର ମଧ୍ୟ ସାମିଲ ଥିଲେ । ସେହି ଫିଲ୍ମ ଷ୍ଟାର୍ସଙ୍କ ତାଲିକାରେ ଅଭିନେତ୍ରୀ ମେହୱିଶ ହୟାତ ଅନ୍ୟତମ । କିନ୍ତୁ ଏବେ ପ୍ରିୟଙ୍କାଙ୍କ ସ୍ବାମୀ ତଥା ଆମେରିକାନ ପପ ଗାୟକ ନିକ ଜୋନସଙ୍କ ସହ ମେହୱିଶଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି ।

ମେହୱିଶ ଇନଷ୍ଟାଗ୍ରାମରେ ନିଜଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋଟି ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟାର୍ଗେଟରେ ମଧ୍ୟ ଆସିଯାଇଛି । ବର୍ତ୍ତମାନ ଏହି ଫଟୋରେ ଲୋକେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ କରିବାରେ ଲାଗିଛନ୍ତି । କେହି ପ୍ରିୟଙ୍କାଙ୍କୁ ସ୍ବାମୀ ସମ୍ଭାଳି ପାରୁନାହାଁନ୍ତି ବୋଲି କହିଥିବା ବେଳେ ଆଉ କିଛି ନିକଙ୍କୁ ହିଁ ପରାର୍ମଶ ଦେବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି ୟୁଏସରେ ଏକ ମ୍ୟାଚ ସମୟରେ ମେହୱିଶ, ନିକଙ୍କ ସହ ଏହି ଫଟୋ ଉଠାଇଥିଲେ । ତାଙ୍କ ଅନୁଯାୟୀ ସେ ନିକଙ୍କୁ ଦେଖି ଖୁବ୍ ଏକ୍ସାଇଟେଡ ହୋଇଯାଇଥିଲେ ତେଣୁ ତାଙ୍କ ସାକ୍ଷାତ କରିବା ସହ ଫଟୋ ଉଠାଇଥିଲେ । ଫଟୋଟିକୁ ସେୟାର କରି ସେ କ୍ୟାପସନରେ ଏହାର ସୂଚନା ଦେଇଛନ୍ତି । କିନ୍ତୁ ଏଯାବତ ସ୍ବାମୀଙ୍କ ଏହି ଫଟୋକୁ ନେଇ ପ୍ରିୟଙ୍କାଙ୍କ କିଛି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ABOUT THE AUTHOR

...view details