ନୂଆଦିଲ୍ଲୀ: ଫେମସ ବ୍ୟାଡମଣ୍ଟିନ ଖେଳାଳୀ ସାଇନା ନେହୱାଲଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ନଜର ଆସିବେ ବି-ଟାଉନର ଚୁଲବୁଲି ଅଭିନେତ୍ରୀ ପରିଣୀତି ଚୋପ୍ରା । ଏହି ରୋଲରେ ନିଜକୁ ଫିଟ୍ କରିବା ପାଇଁ କଠିନ ପରିଶ୍ରମ କରୁଥିବାର ନଜର ଆସୁଛନ୍ତି ସେ । ଏହାସହ ସେ ପ୍ରତିଦିନ ଦୁଇ ଘଣ୍ଟା ସାଇନାଙ୍କ ମ୍ୟାଚ ଫୁଟେଜ ଏବଂ ପବ୍ଲିକ ଆପିଏରେନ୍ସ ଭିଡିଓ ଦେଖୁଛନ୍ତି । ନିଜ ଚରିତ୍ର ସହ ନ୍ୟାୟ କରିବା ପାଇଁ ବ୍ୟାଡମିଣ୍ଟନ କୋର୍ଟ ଏବଂ କୋର୍ଟ ବାହାରେ ସାଇନାଙ୍କ ଚାଲିଚଳନ, ବଡି ଲାଙ୍ଗୁଏଜକୁ ବୁଝିବାକୁ ଚେଷ୍ଟା ଚଳାଇଛନ୍ତି ।
ସେ ଏକ ସାକ୍ଷାତକାରରେ କହିଥିଲେ କି ସେ ଭିଜୁଅଲ ଲର୍ନର । ତାଙ୍କୁ ପୁରା ଟ୍ରେନିଂ ଟିମ, ଅମୋଲ ଗୁପ୍ତା ଏବଂ ଅନ୍ୟ ସଦସ୍ୟ ସାଇନାଙ୍କ ମ୍ୟାଚ ଦେଖିବାକୁ ପରାର୍ମଶ ଦେଇଥିଲେ । ସେ ଅଧିକା ବ୍ୟାଡମିଣ୍ଟନ ମ୍ୟାଚ ଦେଖିନାହାନ୍ତି ସତ । କିନ୍ତୁ ସେ ବାସ୍ତବ ରୂପେ ଫିଲ୍ମରେ ସାଇନାଙ୍କ ପରି ଖେଳିବାକୁ ଚାହୁଁଛନ୍ତି ।
ସେ ଆହୁରି କହିଥିଲେ କି ସାଇନା କୋର୍ଟରେ ନିଜ ହାତରେ ରାକେଟ, ଆକ୍ରମକତାର ବ୍ୟବହାର କିପରି କରୁଛନ୍ତି ଏହିସବୁକୁ ସେ ନିଜ ବ୍ୟକ୍ତିତ୍ବର ଅଂଶ କରିବାକୁ ଚାହୁଁଛନ୍ତି । ତେଣୁ ତାଙ୍କୁ ସାଇନଙ୍କ ସବୁ ମ୍ୟାଚ ଦେଖିବାକୁ ପଡିବ । ଅନ୍ୟପଟେ ଟି-ସିରିଜ ମାଲିକ ଭୂଷଣ କୁମାର ଓ ତାଙ୍କ ପତ୍ନୀ ଦିବ୍ୟା ଖୋସଲା କୁମାର ଏହି ବାୟୋପିକର ନିର୍ମାତା । ଫିଲ୍ମ ଆସନ୍ତା ବର୍ଷ ରିଲିଜ ହେବାର ଯୋଜନା ରହିଛି ।