ମୁମ୍ବାଇ: ଋଷି କପୁରଙ୍କ ଶେଷ ଫିଲ୍ମ 'ଶର୍ମାଜୀ ନମକିନ'ଙ୍କ ଅବଶିଷ୍ଟ ଅଂଶ ସୁଟିଂ କରିଛନ୍ତି ଭେଟେରାନ ଅଭିନେତା ପରେଶ ରାୱଲ । ସ୍ବର୍ଗତ ଋଷିଙ୍କୁ ସମ୍ମାନ ଦେବା ପାଇଁ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଗତବର୍ଷ ଋଷି କପୁର ଯେଉଁ ଚରିତ୍ର ପାଇଁ ସୁଟିଂ କରିଥିଲେ ସେହି ଚରିତ୍ରରେ ପରେଶ ଅଭିନୟ କରିବେ ବୋଲି ଜଣାପଡିଛି ।
ଏହି ଫିଲ୍ମର ସୁଟିଂ ସମୟରେ ପରେଶ ଭାବବିହ୍ବଳ ହୋଇପଡିଥିଲେ । ସେ ଋଷିଙ୍କୁ ବହୁତ ସମ୍ମାନ କରୁଥିଲେ । ସେ ତାଙ୍କ ପ୍ରିୟ ଅଭିନେତା ରଣବୀର କପୁରଙ୍କ ପିତା ସହିତ ଜଣେ ଭଲ ମଣିଷ ଥିଲେ । ଏହାସହିତ କପୁର ଫ୍ୟାମିଲିର ଜଣେ ଟ୍ୟାଲେଣ୍ଟ ଆକ୍ଟର ଥିଲେ । ତାଙ୍କ ଅଧୁରା ଛାଡି ଯାଇଥିବା ଚରିତ୍ରକୁ ସେ ଦାୟିତ୍ବର ସହ ଗ୍ରହଣ କରି ଆଗକୁ ନେଇଛନ୍ତି ବୋଲି ସେ କହିଛନ୍ତି ।