ଓଡିଶା

odisha

ETV Bharat / sitara

29ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ - award

ଆୟୋଜନ ହୋଇଯାଇଛି ଓଡିଆ 29ତମ ଚଳଚ୍ଚିତ୍ର ପୁରସ୍କାର । ଏଥିରେ ସର୍ବଶ୍ରେଷ୍ଠ ଅଭିନେତା ପାର୍ଥ ସାରଥୀ ରାୟ ହୋଇଥିବା ବେଳେ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ସନମୀରା ନାଗେଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Mar 2, 2019, 3:15 PM IST

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ 29 ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। 2017 ମସିହା ପାଇଁ ପ୍ରଦାନ କରାଯାଇଥିବା ଏହି ପୁରସ୍କାରର ଶ୍ରେଷ୍ଠ ସମ୍ମାନ ଜୀବନବ୍ୟାପି ସାଧନା ପାଇଁ ଚଳଚ୍ଚିତ୍ର ସମ୍ପାଦକ ଶ୍ରୀଯୁକ୍ତ ରବିଶଙ୍କର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ଏହା ସହିତ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ "ହେଲୋ ଆର୍ସି"ପାଇଁ ଅଜୟ ରାଉତରାୟଙ୍କୁ ପ୍ରଦାନ କରାଯାଇଛି।

ଶ୍ରେଷ୍ଠ ଅଭିନେତା ଭାବେ ପାର୍ଥ ସାରଥୀ ରାୟ(ହେଲୋ ଆର୍ସି) ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସନମୀରା ନାଗେଶଙ୍କୁ (ଲୈଲା ଓ ଲୈଲା)ପାଇଁ ପୁରସ୍କୃତ କରାଯାଇଛି। ଏହା ସହିତ ମୋଟ 25ଟି ବିଭାଗ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି।

ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ବିଜୟ ନାୟକ, ସଭାପତି ରାମକୃଷ୍ଣ ସାହୁ ଏବଂ ଭୁବନେଶ୍ବର ବିଧାୟକ ବାଦଲ ମହାନ୍ତି ପ୍ରମୁଖ ଯୋଗ ଦେଇ କଳାକାରଙ୍କୁ ସମ୍ମାନିତ କରିଥିଲେ।

ଏତେ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଜୟଦେବ ସମ୍ମାନ ପାଇଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି। ତେବେ ପ୍ରଥମ ଥର ପାଇଁ କ୍ୟାମେରା ପଛରେ ସମ୍ପାଦନା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନକୁ ବେଶ ପ୍ରଶଂସା କରିଛନ୍ତି।

ଭିଡିଓ: ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଯାହା ଫଳରେ ଆଗାମୀ ଦିନରେ କ୍ୟାମେରା ପଛରେ କାର୍ଯ୍ୟ କରୁଥିବା ଲୋକଙ୍କ ମନରେ କାମ ପ୍ରତି ଉତ୍ସାହ ବୃଦ୍ଧି ପାଇବ ବୋଲି କହିଛନ୍ତି ସେ। ସେହିପରି ପାର୍ଥସାରଥି ଓ ସନମୀରା ଏହି ପୁରସ୍କାର ଖୁସି ହେବା ସହିତ ଆଗାମୀ ଦିନରେ ଦର୍ଶକଙ୍କୁ ଆହୁରି ଭଲ ସିନେମା ଭେଟି ଦେବାକୁ ଦାୟିତ୍ୱ ବଢିଗଲା ବୋଲି କହିଛନ୍ତି।

କାର୍ଯ୍ୟକ୍ରମ ଶେଷରେ କଳାକାରଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକୁ ଉପସ୍ଥିତ ଦର୍ଶକମାନେ ବେଶ ଉପଭୋଗ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details