ଓଡିଶା

odisha

ETV Bharat / sitara

'ରାମ ସେତୁ'ର ସ୍କ୍ରିପ୍ଟ ସେୟାର କଲେ ନୁସରତ, ଭିଡିଓ ଭାଇରାଲ

ନିକଟରେ ନୁସରତ ଚଳଚ୍ଚିତ୍ର 'ରାମ ସେତୁ' ର ସ୍କ୍ରିପ୍ଟ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

By

Published : Mar 25, 2021, 4:43 PM IST

nushrratt-bharuccha-shares-script-of-ram-setu-video-goes-viral-on-social-media
'ରାମ ସେତୁ'ର ସ୍କ୍ରିପ୍ଟ ସେୟାର କଲେ ନୁସରତ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ' କୁ ନେଇ ବହୁ ଉତ୍ସାହିତ ଅଛନ୍ତି । ଏହି ଚଳଚ୍ଚିତ୍ରର ସୁଟିଂ ୟୁପିର ଅଯୋଧ୍ୟାରେ ଆରମ୍ଭ ହୋଇଛି । ଏହି ସମୟରେ ଅଭିନେତ୍ରୀ ନୁସରତ ଭରୁଚା ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ସ୍କ୍ରିପ୍ଟ ସେୟାର କରିଛନ୍ତି ।

'ରାମ ସେତୁ'ର ସ୍କ୍ରିପ୍ଟ ସେୟାର କଲେ ନୁସରତ, ଭିଡିଓ ଭାଇରାଲ

ଏହି ଭିଡିଓକୁ ନୁସରତ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଚଳଚ୍ଚିତ୍ର 'ରାମ ସେତୁ'ର ସ୍କ୍ରିପ୍ଟର ମୁଖ୍ୟ ପୃଷ୍ଠା ସେୟାର କରିଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସେୟାର କରି କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି, 'ଚାଲ ଏହା କରିବା'!

ଏହାପୂର୍ବରୁ ନୁସରତ ତାଙ୍କ କୋ-ଷ୍ଟାର ଅକ୍ଷୟ କୁମାର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ନଜର ଆସିଥିଲେ ।

ପ୍ରକାଶ ଥାଉ ଯେ, 'ରାମ ସେତୁ' ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ଶର୍ମା ।

ଅନ୍ୟପକ୍ଷରେ, ନୁସରତଙ୍କୁ ଫିଲ୍ମ 'ରାମ ସେତୁ' ବ୍ୟତୀତ ବିଶାଲ ଫୁରିଆଙ୍କର ହରର ଚଳଚ୍ଚିତ୍ର 'ଚୋରୀ'ରେ ଦେଖିବାକୁ ମିଳିବ।

ABOUT THE AUTHOR

...view details