ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ କୋରୋନା ମହାମାରୀର ଦ୍ବିତୀୟ ଲହର ସହ ଲଢୁଛି। ଦେଶରେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏଥିରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ରାଜ୍ୟରେ ଲକଡାଇନ, ସଟଡାଉନ ଓ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଯାଇଛି ।
ଏଥିସହିତ, ବହୁ ବଲିଉଡ ସେଲିବ୍ରିଟିମାନେ ନିଜ ପ୍ରଶଂସକଙ୍କୁ ସୋସିଆଲ ମିଡିଆରେ ମାସ୍କ ଲଗାଇବା ଏବଂ ଘରେ ସୁରକ୍ଷିତ ରହିବାକୁ ନିବେଦନ କରୁଛନ୍ତି । ଇତିମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ନୁସରତ ଭରୁଚା ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଚାରିପାଖରେ କୋରୋନା ଦ୍ବାରା କଣ କଣ ଘଟୁଛି ସେ ବିଷୟରେ କହିଛନ୍ତି।
ନୁସରତ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, "ପ୍ରତ୍ୟେକ ଦିନ ବିତିବା ସହିତ ମୁଁ କିଛି ବ୍ୟକ୍ତିଙ୍କ ମୃତ୍ୟୁ ଖବର ମଧ୍ୟ ଶୁଣୁଛି ... ପରିବାର ଭାଙ୍ଗି ଯାଉଛି ... ଜୀବନ ମଧ୍ୟ ନଷ୍ଟ ହୋଇଯାଇଛି । ଆମ ଚାରିପାଖରେ ଘଟୁଥିବା ଘଟଣାଗୁଡ଼ିକୁ ଦେଖି ମୁଁ ଦୁଃଖିତ ଅଛି । ଯେତେବେଳେ ଆମେ କହିଥାଉ କି ଘରେ ସୁରକ୍ଷିତ ରୁହ । କିନ୍ତୁ ମୋ ଘର କେବଳ ଏହି 4 କାନ୍ଥ ନୁହେଁ, ମୋ ଘର ମୋର ଦେଶ ଅଟେ ଏବଂ ମୋ ଦେଶର ଲୋକମାନେ ଏହି ସମୟରେ ସୁରକ୍ଷିତ ନୁହଁନ୍ତି' । ପ୍ରକୃତରେ ଆମେ ଜାଣି ନାହୁଁ ଭବିଷ୍ୟତରେ ଆମେ କେଉଁ ଦୁନିଆରେ ରହିବୁ ... ଯଦି ଏହା ତାହା ଅଟେ, ତେବେ ଆମେ ଏଥିରେ ଉପସ୍ଥିତ ଅଛୁ ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ନୁସରତ ଫିଲ୍ମ 'ରାମ ସେତୁ'ରେ ନଜର ଆସିବେ ।