ମୁମ୍ବାଇ: ବଲିଉଡର ଡାନ୍ସିଂ କୁଇନ ନୋରା ଫତେହୀ ସବୁଥର ନିଜ ଡାନ୍ସ ଏବଂ ସେକ୍ସୀ ଅନ୍ଦାଜରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି । ଏଥର ପୁଣି ନୋରା ନିଜର ନୂଆ ଗୀତ ଓ 'ସାକି ସାକି' ନେଇ ପରଦାକୁ ଫେରିଛନ୍ତି । 'ଦିଲବର' ଗୀତ ପରେ 'ସାକି ସାକି'ରେ ତାଙ୍କ ଜବରଦସ୍ତ ବେଲି ଡାନ୍ସ ଦେଖିବାକୁ ମିଳୁଛି । ରିଲିଜ ହେବା ମାତ୍ରେ ଏହି ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନୋରା ଖୁବଶୀଘ୍ର ହ୍ୟାଣ୍ଡସମ ଅଭିନେତା ଜନ ଆବ୍ରାହମ ଓ ମୃଣାଳ ଠାକୁରଙ୍କ ଆଗାମୀ ଫିଲ୍ମ 'ବାଟଲା ହାଉସ'ରେ ନଜର ଆସିବେ ।
ରିଲିଜ ହେଲା 'ବାଟଲା ହାଉସ'ର ଫାଷ୍ଟ ଟ୍ରାକ
ଦିଲବର ପରେ ପୁଣି ଦେଖିବାକୁ ମିଳିଲା ନୋରାଙ୍କ ଦମଦାର ଡାନ୍ସ । ରିଲିଜ ହେଲା ଜନଙ୍କ ଅଭିନୀତ ଫିଲ୍ମ 'ବାଟଲା ହାଉସ'ର ପ୍ରଥମ ଗୀତ 'ସାକି ସାକି' ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୋରା ଫତେହୀ
ଦିଲ୍ଲୀର 'ବାଟଲା ହାଉସ'ର ଆତଙ୍କବାଦୀ ଏନକାଉଣ୍ଟର କାହାଣୀ ଉପରେ ଆଧାରିତ । ଜନଙ୍କ ଏହି ଫିଲ୍ମ ଅଗଷ୍ଟ 15ରେ ରିଲିଜ ହେବ । ଯାହାର ପ୍ରଥମ ଗୀତ 'ସାକି ସାକି' ରିଲିଜ ହୋଇଯାଇଛି । ଆଉ ଗୀତଟିକୁ ନେଇ ଖୁବ୍ ଉସାହିତ ନଜର ଆସୁଛନ୍ତି ଫ୍ୟାନ୍ସ ।
ନୋରା 2004ର ସୁପରହିଟ ଗୀତ 'ସାକି ସାକି'ର ରିକ୍ରିଏଟରେ ଦମଦାର ଡାନ୍ସ କରିଛନ୍ତି । ଗୀତଟିକୁ ତୁଲସୀ କୁମାର, ନେହା କକ୍କର ଓ ବି-ପ୍ରାକ ଗାଇଛନ୍ତି । ବର୍ତ୍ତମାନ ଏହି ଆଇଟମ ଗୀତଟି ୟୁଟ୍ୟୁବରେ ଟ୍ରେଣ୍ଡ କରିବାରେ ଲାଗିଛି । ଏଯାବତ ଗୀତଟିକୁ 3 ଲକ୍ଷରୁ ଅଧିକଥର ଦେଖାସରିଲାଣି ।