ମୁମ୍ବାଇ: ବି-ଟାଉନର ପପୁଲାର ସିଙ୍ଗର ନେହା କକ୍କଡ କିଛିଦିନ ହେବ ନିଜ ବ୍ରେକଅପକୁ ନେଇ ଚର୍ଚ୍ଚାରେ । ପ୍ରେମିକ ହିମାଂଶ କୋହଲୀଙ୍କ ସହ ବ୍ରେକଅପ ହେବା ପରେ ଉଭୟ ସୋସିଆଲ ମିଡିଆରୁ ଉଭୟଙ୍କୁ ଅନଫଲୋ କରିଦେଇଥିବାରୁ ପରେ ହୋଇଥିଲା ବ୍ରେକଅପ ଖୁଲାସା । ଆଉ ବ୍ରେକଅପକୁ ନେଇ ନେହା ନିଜର ଦୁଃଖ ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ କରିବା ପରେ ହିମାଂଶଙ୍କୁ ସୋସିଆଲ ମିଡିଆରୁ ସହିବାକୁ ପଡିଥିଲା ଅନେକ କିଛି । ସେଥିପାଇଁ ନେହା ଏବେ ନିଜ ଭୂଲର ଅନୁତାପ କରୁଛନ୍ତି...
ଅନୁତାପ କରୁଛନ୍ତି ନେହା - breakup
ଲୋକପ୍ରିୟ ଗାୟିକା ନେହା କକ୍କଡ ବର୍ତ୍ତମାନ ନିଜ ଭୁଲକୁ ନେଇ ଅନୁତାଭ କରୁଛନ୍ତି । ବ୍ରେକଅପ ପରେ ସୋସିଆଲ ମିଡିଆରେ ନିଜ ବ୍ୟକ୍ତିଗତ କଥାକୁ ପବ୍ଲିକରେ ସେୟାର କରିବାକୁ ତାଙ୍କୁ ହଇରାଣ ହେବାକୁ ପିଡିଛି ।
ସୋସିଆଲ ମିଡିଆରେ ନେହାଙ୍କ ଫ୍ୟାନ୍ସ ଫଲୋୟର୍ସ ଆକାଶଛୁଆଁ । ତାଙ୍କର ଛୋଟରୁ ଛୋଟ କଥା ଦେଖିବା ମାତ୍ରେ ଏହା ଖୁବ ଭାଇରାଲ ହୋଇଥାଏ । ଅନ୍ୟପଟେ ନେହାଙ୍କ ଫ୍ୟାନ୍ସ ବ୍ରେକଅପ ପରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶଙ୍କୁ ଖୁବ୍ ଟ୍ରୋଲ କରିଥିଲେ । ହିମାଂଶଙ୍କ ଟ୍ରୋଲିଂ ଦେଖି ଏବେ ନେହା କହିଛନ୍ତି କି ନିଜ ବ୍ୟକ୍ତିଗତ ଜୀବନକୁ ପବ୍ଲିକ କରିବା ପାଇଁ ସେ ଅନୁତପ୍ତ ।
ନେହା କହିଛନ୍ତି, 'ମୁଁ ଜଣେ ଭାବବିହ୍ବଳ ମଣିଷ, ମୋ ବ୍ୟକ୍ତିଗତ ଜୀବନରେ ଯାହା ସବୁ ପୂର୍ବ କିଛି ମାସରେ ଘଟିଛି ତାହା ବହୁତ ଦୁଃଖଦ ଥିଲା । କିନ୍ତୁ ଏବେ ମୁଁ ଅନୁତପ୍ତ କାରଣ ମୁଁ ନିଜ ପର୍ସନାଲ ଲାଇଫକୁ ପବ୍ଲିକ କରିଦେଇଥିଲି । ଖରାପ ସମୟରେ ଜଣାପଡିଥାଏ କି ନିଜ ଇମୋଶନ ଦେଖାଇବାରୁ ଲୋକମାନେ ତୁମ ପ୍ରତି କେତେମାତ୍ରାରେ ନକରାତ୍ମକ ଭାବନା ଆଣିଥାନ୍ତି । ଅନ୍ୟପଟେ ହିମାଂଶ ଏପରି କିଛି କରିନାହାଁନ୍ତି, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଖରାପ ଶୁଣିବାକୁ ପଡିଛି ।'