ଓଡିଶା

odisha

ETV Bharat / sitara

ବିଦେଶୀଙ୍କୁ ପସନ୍ଦ ଆସୁନି ‘ସାହୋ’ !

ରିଲିଜ ପୂର୍ବରୁ ଫିଲ୍ମ ବିଷୟରେ ନେଗେଟିଭ ରିଭ୍ୟୁ ଦେଖିବାକୁ ମିଳିଛି । ହାଇ ବଜେଟର ଏହ ଫିଲ୍ମକୁ ବିଦେଶରେ ନାପସନ୍ଦ କରାଯାଇଛି ।

By

Published : Aug 29, 2019, 12:48 PM IST

ଫଟୋ ସୌଜନ୍ୟ: ଟ୍ବିଟର

ହାଇଦ୍ରାବାଦ: ହାଇ ବଜେଟ ଫିଲ୍ମ ଓ ମଲ୍ଟିଷ୍ଟାର ଫିଲ୍ମ ପାଇଁ ଉତ୍ସାହିତ ସାରା ଭାରତ । ତେବେ ଗତ ବୁଧବାର ଫିଲ୍ମକୁ ୟୁଏଇରେ ପ୍ରଦର୍ଶିତ କରାଯାଇଥିଲା । ସେଠାରେ ସାମିଲ ଥିବା ଚଳଚ୍ଚିତ୍ର ସମୀକ୍ଷକ ‘ସାହୋ’କୁ 4ଟି ଷ୍ଟାର ଦେଇଛନ୍ତି ଓ ଆକ୍ସନକୁ ଖୁବ ପସନ୍ଦ କରିଛନ୍ତି ମାତ୍ର ବର୍ତ୍ତମାନ ନେଗେଟିଭ ରିଭ୍ୟୁ ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଟ୍ବିଟର

ଭାରତୀୟ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ପ୍ରଭାସର ସାହୋକୁ ନେଗେଟିଭ ପ୍ରତିକ୍ରିୟା ଦେଇଛନ୍ତି । ଫିଲ୍ମର ହିନ୍ଦି ଡବିଙ୍ଗ ଓ ଶ୍ରଦ୍ଧା କପୁରଙ୍କ ଅଭିନୟକୁ ଆଲୋଚନା କରାଯାଇଛି । ଅନ୍ୟପକ୍ଷେ ଫିଲ୍ମର ରନ୍ ଟାଇମିଂ ଅଧିକ ଥିବାର କହିଛନ୍ତି । ଫିଲ୍ମରେ କେବଳ ଆକ୍ସନ ହିଁ ଅଛି ଓ ଭଲ କାହାଣୀ ନାହିଁ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର

ଅନ୍ୟଜଣେ ସମୀକ୍ଷକ ‘ସାହୋ’ର ପ୍ରଥମ ଭାଗକୁ ଆଭରେଜ୍ ଓ ଦ୍ବିତୀୟ ଭାଗକୁ ଭଲ ବୋଲି କହିଛନ୍ତି । ଦୁବାଇର ସାମ୍ବାଦିକ ଉମେର ସାନ୍ଧୁ ଫିଲ୍ମକୁ ଚାରୋଟି ଷ୍ଟାର ଦେଇ ଶ୍ରଦ୍ଧା ଓ ପ୍ରଭାସଙ୍କ ଯୋଡିକୁ ଶାନଦାର ବୋଲି କହିଛନ୍ତି । ତେବେ ଭାରତରେ ଫିଲ୍ମକୁ 30 ଅଗଷ୍ଟରେ ରିଲିଜ କରାଯିବ ।

ଫଟୋ ସୌଜନ୍ୟ: ଟ୍ବିଟର

ABOUT THE AUTHOR

...view details